ଓଡ଼ିଶାର ୧୨ ବୟନ ସାମଗ୍ରୀକୁ ଜିଆଇ ଟ୍ୟାଗ

ନୂଆଦିଲ୍ଲୀ : ଦେଶରେ ମୋଟ ୨୦୧ ବୟନ ସାମଗ୍ରୀକୁ ଜିଆଇ ଟ୍ୟାଗ୍‌ ମିଳିଥିବା ବେଳେ ଏଥିରେ ଓଡ଼ିଶାର ୧୨ଟି ସାମଗ୍ରୀ ରହିଛି। ଏହି ସବୁ ସାମଗ୍ରୀ ହେଲା, କୋଟପାଡ଼ ହସ୍ତତନ୍ତ ଫେବ୍ରିକ୍‌ସ, ଓଡ଼ିଶା ଇକତ, କୋଣାର୍କ ପଥର ଖୋଦେଇ, ଓଡ଼ିଶା ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ, ଖଣ୍ଡୁଆ ଶାଢ଼ୀ ଆଣ୍ଡ୍‌ ଫେବ୍ରିକସ, ଗୋପାଳପୁର ଟସର ଫେବ୍ରିକ୍‌ସ, ଧଳାପଥର ପର୍ଦା ଆଣ୍ଡ୍‌ ଫେବ୍ରିକ୍‌ସ, ସମ୍ବଲପୁରୀ ବାନ୍ଧ ଶାଢ଼ୀ ଆଣ୍ଡ୍‌ ଫେବ୍ରିକ୍‌ସ, ବମକାଇ ଶାଢ଼ୀ ଆଣ୍ଡ୍‌ ଫେବ୍ରିକ୍‌ସ, ହବାସପୁରୀ ଶାଢ଼ୀ ଆଣ୍ଡ୍‌ ଫେବ୍ରିକ୍ସ ଓ ବ୍ରହ୍ମପୁର ପାଟ (ଫୋଡ଼ାକୁମ୍ଭ) ଶାଢ଼ୀ ଓ ଯୋଡ଼। ଉତ୍ତର ପ୍ରଦେଶର ସର୍ବାଧିକ ୨୬, ତାମିଲନାଡ଼ୁର ୨୪, କର୍ଣ୍ଣାଟକର ୧୭, ଆନ୍ଧ୍ର ପ୍ରଦେଶ ଓ କେରଳର ୧୪ଟି ଲେଖାଏଁ ବୟନ ସାମଗ୍ରୀକୁ ଜିଆଇ ଟ୍ୟାଗ ମିଳିଥିବା ଲୋକସଭାରେ କେନ୍ଦ୍ର ବୟନ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜାର୍ଦୋଷ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର