ନାବାଳିକା ୧୮ ବର୍ଷ ପରେ ପତି ସହ ରହିପାରିବେ

ମୁମ୍ବାଇ : ବିବାହିତା ନାବାଳିକାଙ୍କୁ ୧୮ ବର୍ଷ ହେବା ପରେ ସେ ତାଙ୍କ ପତିଙ୍କ ସହ ରହିପାରିବେ ବୋଲି ମୁମ୍ବାଇ ହାଇ କୋର୍ଟ ରାୟ ଦେଇଛନ୍ତି।

ସୂଚନା ଅନୁଯାୟୀ, ଜଣେ ୫୨ ବର୍ଷୀୟ ଆଡ଼ଭୋକେଟ୍‌ ସମ୍ପୃକ୍ତ ନାବାଳିକାଙ୍କୁ ୧୪ ବର୍ଷ ହୋଇଥିଲା ବେଳେ ୨୦୧୪ରେ ବିବାହ କରିଥିଲେ। ନାବାଳିକା ଜଣକ ଅଭିଯୋଗ କରିଥିଲେ ଯେ ତାଙ୍କ ଜେଜେବାପାଜେଜେମା ତାଙ୍କୁ ବିବାହ ପାଇଁ ବାଧ୍ୟ କରିଥିଲେ। ଏହା ପରେ ସମ୍ପୃକ୍ତ ଆଡ଼ଭୋକେଟ୍‌ ଗିରଫ ହୋଇ ୧୦ ମାସ ନ୍ୟାୟିକ ହାଜତରେ ରହିଥିଲେ। ତେବେ ନାବାଳିକାଙ୍କୁ ୧୮ ବର୍ଷ ହେବା ପରେ ଆଡ଼ଭୋକେଟ୍‌ ଜଣକ ତାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରିବାକୁ ଆବେଦନ କରିଥିଲେ। ଇତିମଧ୍ୟରେ ନାବାଳିକା ମଧ୍ୟ ତାଙ୍କ ପତିଙ୍କ ସହ ରହିବା ପାଇଁ ରାଜି ହୋଇଥିଲେ।

ଉକ୍ତ ମାମଲାରେ ସରକାରୀ ଆଡ଼ଭୋକେଟ୍‌ ଏହାକୁ ବିରୋଧ କରିଥିଲେ ମଧ୍ୟ ଜଷ୍ଟିସ୍‌ ରଂଜିତ ମୋରେ ଏବଂ ଭାରତୀ ଡଙ୍ଗ୍‌ରେ ସମ୍ପୃକ୍ତ ମହିଳାଙ୍କ କଲ୍ୟାଣ ପାଇଁ ଏହି ରାୟ ଦେଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର