ଚୀନ୍‌ ବାହାରେ ହୋଇଥିବା ସଂକ୍ରମଣ କୋଭିଡ୍‌-୧୯ ମହାମାରୀର କାରଣ: ଚୀନ୍‌ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍‌ ୟି

ନୂଆଦିଲ୍ଲୀ: ଚୀନ୍‌ ବାହାରେ କେତେକ ସ୍ଥାନରେ ସଂକ୍ରମଣ ବିସ୍ତାର କୋଭିଡ୍‌-୧୯ ମହାମାରୀର କାରଣ ହୋଇଥାଇ ପାରେ ବୋଲି ଚୀନ୍‌ର ବୈଦେଶିକ ମନ୍ତ୍ରୀ କହିଛନ୍ତି। ଭୂତାଣୁର ଉତ୍ପତ୍ତି ସଂକ୍ରାନ୍ତରେ ଅନୁସନ୍ଧାନ ତୀବ୍ରତର ହେଉଥିବା ବେଳେ ବେଜିଙ୍ଗ୍‌ ଆଗତୁରା ଏ ଭଳି କଥା କହିଛି।

ସରକାରୀ ସମ୍ବାଦ ପ୍ରସାରଣ ସେବା ‘ସିସିଟିଭି’ରେ ପ୍ରସାରିତ ରାଷ୍ଟ୍ରାୟତ ସମ୍ବାଦ ସରବରାହ ସଂସ୍ଥା ‘ଚିନ୍‌ହୁଆ ନିଉଜ୍‌ ଏଜେନ୍‌ସି’ କରାଇଥିବା ସାକ୍ଷାତ୍‌କାରରେ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍‌ ୟି କହିଛନ୍ତି, ବିଶ୍ୱର ଏକାଧିକ ସ୍ଥାନରେ ପୃଥକ୍‌ ପୃଥକ୍‌ ସଂକ୍ରମଣ ବିସ୍ତାର ଏହି ମହାମାରୀର କାରଣ ହୋଇଥାଇ ପାରେ ବୋଲି ଅଧିକରୁ ଅଧିକ ଗବେଷଣାରୁ ପ୍ରାପ୍ତ ତଥ୍ୟରୁ ଜଣାପଡୁଛି।

Image Courtesy of Global Health Now

ଓ୍ଵାଙ୍ଗ୍‌ ଆହୁରି ମଧ୍ୟ କହିଛନ୍ତି, ମହାମାରୀର ନିଦାନ, ଭୂତାଣୁ ଚିହ୍ନଟ ଏବଂ ଭୂତାଣୁର ଗୁଣସୂତ୍ର କ୍ରମ ସମେତ ପ୍ରମୁଖ ସୂଚନା ପ୍ରଚାର କରିବା ଲାଗି ଚୀନ୍‌ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲା। ଏସବୁ ତଥ୍ୟ ହିଁ ସମଗ୍ର ବିଶ୍ୱରେ ସତର୍କ ଘଣ୍ଟି ବାଜାଇଲା।

ସମଗ୍ର ବିଶ୍ୱରେ ସଂକ୍ରମିତ ହେବା ପୂର୍ବରୁ ଚୀନ୍‌ର କେନ୍ଦ୍ରୀୟ ସହର ଊହାନ୍‌ରେ ପ୍ରଥମ କେତୋଟି କରୋନାଭାଇରସ୍‌ ସଂକ୍ରମଣ ମାମଲା ଚିହ୍ନଟ ହେବାର ବର୍ଷକ ପରେ ଓ୍ଵାଙ୍ଗ୍‌ ଏ ଭଳି ମନ୍ତବ୍ୟ ଦେଇଛନ୍ତି। ମଣିଷରୁ ମଣିଷକୁ ସଂକ୍ରମିତ ହେଉଥିବା ଏହି ରୋଗ କଥା ପ୍ରାଥମିକ ଅବସ୍ଥାରେ ଗୁପ୍ତ ରଖିଥିବା କାରଣରୁ ଚୀନ୍‌ ତୀବ୍ର ସମାଲୋଚନାର ସରବ୍ୟ ହୋଇଥିଲା।

ମହାମାରୀ ଦମନ ନିମନ୍ତେ ବିଶ୍ୱବାସୀଙ୍କ ଉଦ୍ୟମରେ ଚୀନ୍‌ ସକ୍ରିୟ ଭୂମିକା ନେଇଥିବା କଥା ସାକ୍ଷାତ୍‌କାରରେ ଓ୍ଵାଙ୍ଗ୍‌ କହିଛନ୍ତି।

ସମ୍ବନ୍ଧିତ ଖବର