ମାଲଗାଡି ଲାଇନଚ୍ୟୁତ, ଜଣେ ଗାର୍ଡ ଆହତ

କାନପୁର: ଉତ୍ତର ପ୍ରଦେଶର ଫାରୁଖାବାଦ୍‌ରେ ଏକ ବଡ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି।ଫାରୁଖାବାଦ୍‌ରୁ କାନପୁର ଯାଉଥିବା ଏକ ମାଲଗାଡ଼ି କମାଲଗଂଜ ଷ୍ଟେସନରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ରାଜପୁର ଗାଆଁ ପାଖରେ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ଶନିବାର ସକାଳେ ୬ଟା୧୫ ସମୟରେ ଏହି ମାଲଗାଡ଼ିଟି କ୍ଷିପ୍ର ଗତିରେ ଯାଉଥିବା ବେଳେ ମାଲଗାଡିଟି ଟ୍ରାକରୁ ତଳକୁ ଖସି ଆସିଲା। ଏହାଫଳରେ ମାଲଗାଡିଟି ତଳକୁ ଖସି ଯାଇ ଲାଇନଚ୍ୟୁତ ହୋଇ ଓଲଟି ଯାଇଥିଲା। ଏହି ଦୁର୍ଘଟଣାରେ ଜଣେ ରେଳବାଇ ଗାର୍ଡ଼ ଗମ୍ଭୀର ଭାବେ ଆହତ ହୋଇଥିବା ଜଣାଯାଇଛି।

ଆହତ ଗାର୍ଡଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାଲଗାଡିର ପଛରେ ଥିବା ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ସେହି ଦୁଇଟି ବଗିରେ ଲୁଣ ଥିଲା। ତେବେ ମାଲଗାଡିର ଆଗ ବଗି ଗୁଡିକ ସୁରକ୍ଷିତ ଥିବା ଜଣାଯାଇଛି। ଆଗ ପଟ ପ୍ରାୟ ତିନି କିଲୋମିଟର ଦୂରସ୍ଥ ରଜିପୁରଠାରେ ଥିଲା। ଏହି ଦୁର୍ଘଟଣା ଫଳରେ ଉଭୟ ପଟରୁ ରେଳ ଯାତାୟତ ବନ୍ଦ ହୋଇଥିଲା।

ସମ୍ବନ୍ଧିତ ଖବର