ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଅବସ୍ଥା ଗୁରୁତର, ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି

ଲଖନଉ: ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ଲଖନଉ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ମୂତ୍ରାଶୟ ସଂକ୍ରମଣ ସମସ୍ୟା ଥିବାର ଜଣାପଡିବା ପରେ ବର୍ତ୍ତମାନ ଅବସ୍ଥା ସ୍ଥିର ରହିଛି | ଏବେ ୟୁରୋଲୋଜିଷ୍ଟ ଏବଂ ବିଶେଷଜ୍ଞ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି | ମେଦାନ୍ତ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ରାକେଶ କପୁର ଏହି ସୂଚନା ଦେଇଛନ୍ତି। ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ୱାସ୍ଥ୍ୟ ଚଳିତ ବର୍ଷ ଏପ୍ରିଲରେ ମଧ୍ୟ ଖରାପ ହୋଇଯାଇଥିଲା।

ଏହା ପରେ ମଧ୍ୟ ତାଙ୍କୁ ଲଖନଉର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ କିଡନୀରେ ସଂକ୍ରମଣ ହୋଇଥିବା କୁହାଯାଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହନ୍ତଙ୍କର କ୍ରନିକ୍ ରୀନାଲ ଫେଲ୍ୟୁୟର ନାମକ ଏକ ରୋଗ ଥିବାବେଳେ ଏଥିରେ କିଡନୀ ସଠିକ୍ ଭାବରେ କାମ ବନ୍ଦ କରିଦିଏ। ଏହାବାଦ ତାଙ୍କର ମୂତ୍ରନଳୀ ସଂକ୍ରମଣ ମଧ୍ୟ ହୋଇଥିଲା। ଏହି ରୋଗ ଦ୍ୱାରା କିଡନୀ, ବ୍ଲାଡର ଏବଂ ଅନ୍ୟାନ୍ୟ ଅଙ୍ଗକୁ ସଂକ୍ରମିତ କରିଥାଏ | ପୂର୍ବରୁ ମହନ୍ତ ନୃତ୍ୟ ଗୋପାଳ ଦାସ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ତେବେ ଏହି ସମୟରେ ସେ ଅନେକ ଦିନ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହି ସୁସ୍ଥ ହେବା ପରେ ଅଯୋଧ୍ୟାକୁ ଫେରିଥିଲେ।

ସମ୍ବନ୍ଧିତ ଖବର