୮୫ ଲକ୍ଷ ଆବାସ ନିର୍ମାଣକୁ ମଞ୍ଜୁରି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ)ରେ ୧୧୨ ଲକ୍ଷ ଆବାସ ନିର୍ମାଣ ଲାଗି ଚାହିଦା ରହିଥିବାବେଳେ ବର୍ତମାନ ସୁଦ୍ଧା ୮୫ ଲକ୍ଷ ଗୃହ ନିର୍ମାଣକୁ ମଞ୍ଜୁରି ମିଳିଛି । ସେଥିମଧ୍ୟରୁ ପାଖାପାଖି ୫୧ ଲକ୍ଷ ଆବାସ ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ରହିଛି। ୨୭ ଲକ୍ଷ ଆବାସ ନିର୍ମାଣ ସମ୍ପୂର୍ଣ୍ଣ ହୋଇସାରିିଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ, ପ୍ରଥମଥର ହିତାଧିକାରୀମାନଙ୍କ ପାଇଁ “ଶ୍ରେଷ୍ଠ ଆବାସ ନିର୍ମାଣ” ନିମନ୍ତେ ପିଏମ୍ଏୱାଇ (ୟୁ)-୨୦୧୯ର ଘୋଷଣା କରାଯାଇଛି। ଏହା ରାଜ୍ୟ, କେନ୍ଦ୍ରଶାସିତ ପ୍ରଦେଶ, ପୌର ପ୍ରଶାସନ ଏବଂ ହିତାଧିକାରୀମାନଙ୍କ ଯୋଗଦାନକୁ ମାନ୍ୟତା ପ୍ରଦାନ କରିବ।
ଗତ ଫେବ୍ରୁଆରି ମାସରେ ଆବାସ ଏବଂ ସହରାଂଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ହରଦୀପ ସିଂ ପୁରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମଏୱାଇ-ୟୁ ମୋବାଇଲ ଆପ୍ରେ ହିତାଧିକାରୀମାନଙ୍କ ଅଂଶଗ୍ରହଣ ଉତ୍ସାହଜନକ ରହିଛି। ଏହାଦ୍ୱାରା ଅଭିଯାନ ସହିତ ହିତାଧିକାରୀମାନେ ସିଧାସଳଖ ଯୋଡ଼ି ହୋଇପାରିଛନ୍ତି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଥିବା ପାଖାପାଖି ୮୫ ହଜାର ହିତାଧିକାରୀଏହାସହ ଯୋଡ଼ିହୋଇଛନ୍ତି ଏବଂ ୨ଲକ୍ଷରୁ ଊର୍ଧ୍ବ ଫଟୋ ମିଳିସାରିଛି । ଏହି କାରଣରୁ ପିଏମଏୱାଇ-ୟୁ ପୁରସ୍କାର-୨୦୧୯ରେ ଅଂଶଗ୍ରହଣ କରିବାର ତାରିଖ ୩୧ ଅଗଷ୍ଟ ୨୦୧୯କୁ ବୃଦ୍ଧି କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏଥିସହିତ, ଏକ ନୂତନ ବର୍ଗରେ ପୁରସ୍କାର ଦିଆଯିବାଲାଗି ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି।