କେନ୍ଦ୍ର ସରକାର ଆଜି କେଉଁ କେଉଁ ସାମଗ୍ରୀର ଦର କମାଇଛନ୍ତି ?

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ବାରା ପେଟ୍ରୋଲ ଓ ଡିଜେଲ ସମେତ ଆଉ କେତେକ ଜରୁରୀ ସାମଗ୍ରୀର ଦର ହ୍ରାସ କରାଯିବା ନିଷ୍ପତ୍ତି ଦ୍ବାରା ମୁଦ୍ରାସ୍ପୀତି ହ୍ରାସ ପାଇବା ଆଶା କରାଯାଉଛି । ବଢିଚାଲିଥିବା ମୁଦ୍ରାସ୍ପୀତିକୁ କମାଇବାକୁ ରିଜର୍ଭ ବ୍ୟାଙ୍କ ଚଳିତ ମାସ ଆରମ୍ଭରେ ସୁଧହାର ବୃଦ୍ଧି କରିଥିଲା । ଏବେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ମୁଦ୍ରାସ୍ପୀତି ଜନିତ ଜଟିଳ ସ୍ଥିତି ଲାଘବ ହେବା ଆଶା କରାଯାଉଛି ।

ତେବେ କେନ୍ଦ୍ର ସରକାର ଆଜି କେଉଁ କେଉଁ ସାମଗ୍ରୀର ଦର କମାଇଛନ୍ତି ?

୧. ପେଟ୍ରୋଲ, ଡିଜେଲ :  କେନ୍ଦ୍ର ସରକାର ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଉତ୍ପାଦ ଶୁଳକ ୮ ଟଙ୍କା କମାଇଥିବାବେଳେ ଡିଜେଲ ଉପରୁ ୬ ଟଙ୍କା ହ୍ରାସ କରାଯାଇଛି ।ଫଳରେ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା, ଡିଜେଲ ୭ ଟଙ୍କା କମିବ । 
୨. ଉଜ୍ଜଳା ଗ୍ୟାସ : ଉଜ୍ଜଳା ଯୋଜନାର ୯ କୋଟି ହିତାଧିକାରୀଙ୍କ ପାଇଁ ଏଲପିଜି ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସୀଡି ଦିଆଯିବ । ବର୍ଷକୁ ୧୨ଟି ସିଲିଣ୍ଡର ପାଇଁ ଏହି ରିହାତି ଲାଗୁ ହେବ ।
୩. ଲୁହା ଓ ଇସ୍ପାତ : ଲୁହା ଓ ଇସ୍ପାତ ଉପରୁ ମଧ୍ୟ ସୀମା ଶୁଳକ ହ୍ରାସ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ।
୪. ପ୍ଲାଷ୍ଟିକ ସାମଗ୍ରୀ : ପ୍ଲାଷ୍ଟିକ ସାମଗ୍ରୀର କଞ୍ଚାମାଲ ଓ ଆନୁଷଙ୍ଗିକ ସାମଗ୍ରୀ ଉପରୁ ସୀମା ଶୁଳକ ହ୍ରାସ କରାଯାଇଛି ।
୫. ସିମେଣ୍ଟ : ସିମେଣ୍ଟ ଦର ହ୍ରାସ ଓ ଯୋଗାଣ ବୃଦ୍ଧି ଲାଗି ପଦକ୍ଷେପ ନିଆଯାଉଛି ।

 

ସମ୍ବନ୍ଧିତ ଖବର