ଚତୁର୍ଥ ଦିନରେ ଗୁଜ୍ଜର ଆନ୍ଦୋଳନହିଂସା ଜାରି

ଜୟପୁର : ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ୫ ପ୍ରତିଶତ ସଂରକ୍ଷଣ ଦାବି କରି ରାଜସ୍ଥାନରେ ଗୁଜ୍ଜର ସମ୍ପ୍ରଦାୟ ଦ୍ବାରା ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଗତକାଲି ଗୁଜ୍ଜର ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେଇଥିଲା। ଅନେକ ସ୍ଥାନରେ ପୁଲିସ ଗାଡ଼ି ଜାଳି ଦିଆଯାଇଥିଲା। ଢୋଲପୁର ଏବଂ ‌କରୌଲି ଜିଲ୍ଲାରେ ୧୪୪ ଧାରା ଜାରି ହୋଇଥିଲା। ତେବେ ଆଜି ମଧ୍ୟ ସେହି ସମାନ ସ୍ଥିତି ଲାଗି ରହିଛି। ଜୟପୁରରୁ ଆଗ୍ରା ସହ ଯୋଗାଯୋଗ ରଖୁଥିବା ଜାତୀୟ ରାଜପଥ ୧୧ ଅବରୋଧ କରାଯାଇଥିବାରୁ ପରିସ୍ଥିତି ଖରାପ ହୋଇଛି। ଆନ୍ଦୋଳନକାରୀମାନେ ରେଳଧାରଣାରେ ବସି ରେଳରୋକ କରୁଥିବାରୁ ଏଯାବତ୍‌ ୨୫୦ ରୁ ଅଧିକ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଆନ୍ଦୋଳନ ହିଂସା ମୋଡ଼ ନେବାପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର