ହରିୟାଣା ନିର୍ବାଚନ: ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଲେ ଖଟ୍ଟର

ନୂଆଦିଲ୍ଲୀ: ହରିୟାଣାରେ କୌଣସି ଦଳକୁ ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତା ମିଳିନଥିବାରୁ ୧୦ଟି ଆସନ ହାସଲ କରିଥିବା ଜେଜେପି ଏବଂ ଅନ୍ୟ ସ୍ବାଧୀନ ବିଧାୟକଙ୍କ ସମର୍ଥନ ହାସଲ ପାଇଁ ଉଭୟ ବିଜେପି ଏବଂ କଂଗ୍ରେସ ଜୋର୍‌ଦାର ପ୍ରୟାସ ଆରମ୍ଭ କରିଛନ୍ତି। ତେବେ ଜେଜେପି ବିଜେପିକୁ ସମର୍ଥନ ଦେବା ସମ୍ଭାବନା ବଳବତ୍ତର ହୋଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି। ତେବେ ଖଟ୍ଟରଙ୍କ ସରକାର ଗଠନ ଦାବି ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ୯୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୪୦ ଆସନ ଦଖଲ କରିଥିବା ବେଳେ କଂଗ୍ରେସକୁ ୩୦ ଆସନ ମିଳିଛି। ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୪୬କୁ ଛୁଇଁବା ପାଇଁ ବିଜେପି କୌଣସି ସୁଯୋଗ ହାତଛଡ଼ା କରିବ ନାହିଁ ବୋଲି କୁହାଯାଉଛି । କଂଗ୍ରେସର ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡାଙ୍କ ସୁନିନ୍ତିତ ରଣନୀତି ଯୋଗୁଁ କଂଗ୍ରେସକୁ ରାଜ୍ୟରେ ନୂଆ ଜୀବନ ମିଳିଛି। ଏଭଳି ସ୍ଥିତିରେ ସରକାର ଗଠନ ପାଇଁ ଦଳ ଏବେ ହୁଡ୍ଡାଙ୍କ ରଣନୀତିରେ କାମ କରୁଛି।

ସମ୍ବନ୍ଧିତ ଖବର