କପିଲ ମିଶ୍ରଙ୍କ ସମେତ ୩ ବିଜେପି ନେତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବା ଅଭିଯୋଗରେ ୩ ବିଜେପି ନେତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହି ୩ ବିଜେପି ନେତା ହେଲେ କପିଲ ମିଶ୍ର, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ପରଭେସ ବର୍ମା ।
ଦିଲ୍ଲୀରେ ଚାଲିଥିବା ହିଂସା ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ତିନି ନେତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ପୁଲିସକୁ ଏହି ନିର୍ଦ୍ଦେଶ ଜଣାଇବା ଲାଗି କୋର୍ଟ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା କାଲି ଅପରାହ୍ଣ ୩ଟା ସୁଦ୍ଧା କଣ ପଦକ୍ଷେପ ନିଆଗଲା ସେ ସଂପର୍କରେ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଦିଲ୍ଲୀରେ ଗତ କିଛି ଦିନ ହେଲା ଚାଲିଥିବା ହିଂସା ପାଇଁ କପିଲ ଶର୍ମାଙ୍କୁ ଦାୟୀ କରାଯାଉଛି । ସାହିନବାଗ ଆନ୍ଦୋଳନକାରୀଙ୍କୁ ସେ ୩ ଦିନ ସମୟ ଦେଇଥିଲେ ଆନ୍ଦୋଳନ ଶେଷ କରିବାକୁ । ଏହି କାରଣରୁ ହିଂସା ବ୍ୟାପିଥିବା କୁହାଯାଉଛି । ସେହିପରି ଅନୁରାଗ ଠାକୁର ଓ ପରଭେସ ବର୍ମା ଗତ ନିର୍ବାଚନ ସମୟରେ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିଲେ । ଏହି କାରଣରୁ ସେମାନଙ୍କୁ ନିର୍ବାଚନ ପ୍ରଚାରରୁ ବାରଣ କରାଯାଇଥିଲା ।
କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ କପିଲ ମିଶ୍ର ଟ୍ଵିଟ କରିଛନ୍ତି ଯେ ସଡ଼କ ଜବରଦଖଲକୁ ଖୋଲିବା ଆମର ଅଧିକାର । ମୁୁଁ କୌଣସି ଆଇନ ଉଲ୍ଲଙ୍ଘନ କରିନାହିଁ । ସତ୍ୟ ଓ ଧର୍ମର ଜୟ ହେବ ।

ସମ୍ବନ୍ଧିତ ଖବର