ପୋଲାଭରମ୍ ପ୍ରକଳ୍ପ : ଓଡ଼ିଶାର ମୂଳ ମାମଲାର ଶୁଣାଣି ଜାନୁଆରିରେ

ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପ ମାମଲାରେ ଓଡ଼ିଶା ପକ୍ଷରୁ ଦାଖଲ ହୋଇଥିବା ମୂଳ ମାମଲାର ଶୀଘ୍ର ଶୁଣାଣି ପାଇଁ ସୁପ୍ରିମ କୋର୍ଟରେ ଓଡ଼ିଶା ଦାବି କରିଛି। ପ୍ରଧାନ ବିଚାରପତି ଏସ୍‌ ଏ ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଓଡ଼ିଶା ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟନ୍ ଯୁକ୍ତି ଉପସ୍ଥାପନ କରିଛନ୍ତି। ଓଡ଼ିଶା ପକ୍ଷରୁ କୁହାଯାଇଥିଲା ଯେ ଏହି ମାମଲା ଦୀର୍ଘଦିନ ହେଲା ପଡ଼ି ରହିଛି। ସର୍ବୋଚ୍ଚ ଅଦାଲତ ଏ ନେଇ କୌଣସି ନିର୍ଦ୍ଦେଶନାମା ଏପର୍ଯ୍ୟନ୍ତ ଦେଇନାହାନ୍ତି। ଶୀତ ଛୁଟି ପରେ ଅଦାଲତ ଖୋଲିଲେ ଏହି ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ଅନ୍ୟ ମାମଲା ସମେତ ଓଡ଼ିଶାର ମୂଳ ମାମଲାର ଶୁଣାଣି ହେବ। ତେଣୁ ପୋଲାଭରମ ମାମଲାରେ ସୁପ୍ରିମ୍ କୋର୍ଟ ୨୦୨୦ ଜାନୁଆରିରେ ନିର୍ଦ୍ଦେଶ ଦେବେ ବୋଲି ଆଶା କରାଯାଉଛି। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ବିଚାରପତି ଅବଦୁଲ ନଜୀର ଏବଂ ବିଚାରପତି ସଞ୍ଜୀବ ଖାନ୍ନା ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର