କୋଇଲା,ପାଣି,ପବନ ଓ ସୌରଶକ୍ତିର ବ୍ୟବହାର ବିନା ବିଦ୍ୟୁତ୍ ଉତ୍ପାଦନ ଲାଗି ମେସିନ୍ ବନାଇଲେ ଦମ୍ପତି

ହାଇଦ୍ରାବାଦ: ହ୍ରାଇଦ୍ରାବାଦର ଦମ୍ପତି ଡକ୍ଟର ଶ୍ରୀନିବାସ ଭାସ୍କର ଚାଗେନଟି ଓ ବାଲା ଚାଗେନଟି ୩୦ ବର୍ଷର ଗବେଷଣା ପରେ ଏକ ମେସିନ୍ ତିଆରି କରିଛନ୍ତି ଯାହା ୨୪ ଘଣ୍ଟା ଗ୍ରୀନ୍ ଇଲେକ୍ଟ୍ରିସିଟି(ସବୁଜ ବିଦ୍ୟୁତ୍) ପ୍ରଦାନ କରିଥାଏ, ଅର୍ଥାତ୍ ଏହା ଦ୍ଵାରା କୌଣସି ପ୍ରଦୂଷଣ ହୋଇ ନଥାଏ।

ଏଥିରେ ବ୍ୟବହୃତ ପ୍ରଯୁକ୍ତିକୁ ହାଇବ୍ରିଡ୍ ପରଫେକ୍ଚୁଆଲ୍ ମେକାନିକାଲ୍ ବ୍ୟାଟେରି ଗିଅର୍ ଫ୍ଲାଇ ହ୍ଵିଲ୍ ଟେକ୍ନୋଲୋଜି କୁହାଯାଏ। ଏଥିରେ ବିଦ୍ୟୁତ୍ ଉତ୍ପାଦନ କରିବା ପାଇଁ କୋଇଲା, ପାଣି, ପବନ, ସୂର୍ଯ୍ୟ କିରଣ ଇତ୍ୟାଦିର ଆବଶ୍ୟକତା ପଡି ନଥାଏ। ଏହି ଟେକ୍ନୋଲୋଜି ଦ୍ଵାରା ୧ ମେଗାଓ୍ଵାଟରୁ ୨୦ ହଜାର ମେଗାଓ୍ଵାଟ ପର୍ଯ୍ୟନ୍ତ ବିଜୁଳି ଉତ୍ପାଦନ କରାଯାଇ ପାରିବ।  ଏହି ଦମ୍ପତି ୨୦୨୧ ନଭେମ୍ବର ୨୧ରେ ଏହି ଟେକ୍ନୋଲେଜିକୁ ପେଟେଣ୍ଟ କରିଛନ୍ତି।

ଡାକ୍ଟର ଶ୍ରୀନିବାସ ଭାସ୍କର କହିଛନ୍ତି ସେ ଭାର, ଗତି ଓ ବ୍ୟାସକୁ କଞ୍ଚାମାଲ ଭାବେ ବ୍ୟବହାର କରିଛନ୍ତି। ଆମେ ବିନା ପ୍ରାକୃତିକ ଜିନିଷ ବ୍ୟବହାର କରି ମଧ୍ୟ ବିଜୁଳି ଉତ୍ପାଦନ କରିପାରିବା। ଏହି ମେସିନରେ ମଟର୍, ଗିଅର୍ ବକ୍ସ୍, ବିଅରିଂ, ଫ୍ଲାଏ ହ୍ଵିଲ୍ ଓ ଜେନେରେଟର ମଧ୍ୟ ଅଛି। ସର୍ବପ୍ରଥମେ ମଟରକୁ ବିଜୁଳି ଦ୍ଵାରା ୧ ମିନିଟ୍ ଚଲା ଯାଇଥାଏ, ଏହାପରେ ବିଅରିଂ ମଟର ସହିତ ଘୁରିବାକୁ ଆରମ୍ଭ କରିଥାଏ। ମୋଟର୍ ବିଅରିଂ ଉପରେ ଯେଉଁ ବଳ ପ୍ରୟୋଗ କରିଥାଏ ଗିୟର୍ ଫ୍ଲାଇ ହ୍ଵିଲ୍ ବିନା ବିଜୁଳିରେ ୧୦ ମିନିଟ୍ ପର୍ଯ୍ୟନ୍ତ ଘୁରିଥାଏ। ଏକ୍ସେଲେରେସନ ଓ ଡିକ୍ଲେରେସନ୍ ଦ୍ଵାରା ବିଜୁଳି ଉତ୍ପାଦନ କରାଯାଇଥାଏ, ଯେଉଁଥିରେ ସେଣ୍ଟ୍ରିପିଟାଲ୍ ଓ ସେଣ୍ଟ୍ରିଫ୍ୟୁଗାଲ ଶକ୍ତି ପ୍ରୟୋଗ ହୋଇଥାଏ। ଗୋଟିଏ ମିନିଟର ଏକ୍ସେଲେରେସନରେ ୧୦ ମିନିଟର ବିଜୁଳି ବାହାରିଥାଏ। ଏହିପରି ୬ ମିନିଟ୍ ପର୍ଯ୍ୟନ୍ତ ମଟର ଚଳାଇଲେ ୧ ଘଣ୍ଟା ପର୍ଯନ୍ତ ଅନବରତ ବିଜୁଳି ଉତ୍ପାଦନ କରାଯାଇ ପାରିବ।

ଏହି ମେସିନରେ କିଛି ପରିବର୍ତ୍ତନ କରି ବିଦ୍ୟତ୍ ଉତ୍ପାଦନ କରିବାର କ୍ଷମତାକୁ ବଢାଯାଇ ପାରିବ। ଏହି ମେସିନକୁ ୧ ୟାର୍ଡ୍(୦.୧୯୪୪ ମିଟର) ଜାଗାରେ ରଖାଯାଇଛି । ଏହା ଘଣ୍ଟାପ୍ରତି ୧ ମେଗାଓ୍ଵାଟ୍ ବିଜୁଳି ପ୍ରଦାନ କରିଥାଏ। ଏହି ମେସିନରେ ତିଆରି ବିଦ୍ୟୁତକୁ ଶିଳ୍ପାଞ୍ଚଳ, ବ୍ୟବସାୟିକ କେନ୍ଦ୍ର, ବ୍ୟକ୍ତିଗତ ଗୃହ ଇତ୍ୟାଦି ସବୁସ୍ଥାନରେ ବ୍ୟବହାର କରାଯାଇ ପାରିବ।

ସମ୍ବନ୍ଧିତ ଖବର