କଂଗ୍ରେସର ଜଣେ ବିଶ୍ବସ୍ତ କର୍ମୀ ହୋଇଥିବା ହେତୁ ମୋତେ ଟାର୍ଗେଟ କରାଯାଉଛି : ଡିକେ ଶିବକୁମାର

ବେଙ୍ଗାଲୁରୁ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦମ୍ୱରମଙ୍କ ପରେ ଏବେ କର୍ଣ୍ଣାଟକରେ କଂଗ୍ରେସର ସଂକଟମୋଚକ କୁହାଯାଉଥିବା ଡିକେ ଶିବକୁମାରଙ୍କୁ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ ପଡ଼ିବ। ଏହା ଉପରେ ଆଜି ପ୍ରତିକ୍ରିୟା ରଖି  ଡିକେ ଶିବକୁମାର କହିଛନ୍ତି ଯେ ସେ କଂଗ୍ରେସର ଜଣେ ବିଶ୍ବସ୍ତ କର୍ମୀ ହୋଇଥିବା ହେତୁ ତାଙ୍କୁ  ଟାର୍ଗେଟ କରାଯାଉଛି । ଏଥିରେ କିଛି ସୁଫଳ ମିଳିବ ନାହିଁ । ସେମାନେ ଯଦି ଏହାକୁ ନେଇ ଖୁସି ତେବେ ତାହା ହିଁ ହେଉ ବୋଲି ବି ସେ କହିଛନ୍ତି।

ସୂଚନାଯୋଗ୍ୟ  ଗତକାଲି ଡିକେ ଶିବକୁମାର ଇଡିର ସମନକୁ ନିଷ୍କ୍ରିୟ କରିବା ପାଇଁ ଯେଉଁ ଯାଚିକା ଦାୟର କରିଥିଲେ ତାକୁ ଉଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି । ଏହାପରେ ଏବେ ତାଙ୍କୁ ଇଡିର ସାମ୍ନାରେ ହାଜର ହେବାକୁ  ପଡିବ ।

photo-oneindia

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତ ବର୍ଷ ସେପ୍ଟେମ୍ୱର ମାସରେ ଡିକେ ଶିବକୁମାର ଏବଂ ତାଙ୍କ ତିନି ଜଣ ସହଯୋଗୀଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ନେଇ ଏକ ମାମଲା ରୁଜ୍ଜୁ କରିଥିଲା । ଏହା ପୂର୍ବରୁ ଆୟକର ବିଭାଗ ଚଢଉରେ ଶିବକୁମାରଙ୍କ ଦିଲ୍ଲୀ ସ୍ଥିତ ଘରୁ ୮ କୋଟି ଟଙ୍କା ଜବତ କରିଥିଲା । ୨୦୧୮ ମସିହା ନଭେମ୍ୱର ମାସରେ ଶିବକୁମାରଙ୍କୁ ନୋଟିସ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେହି ସମୟରେ ଶିବକୁମାର ଇଡି ଆଗରେ ହାଜର ହୋଇ ନଥିଲେ । ଉଚ୍ଚ ନ୍ୟାୟାଳୟ ଏହି ଯାଚିକା ଉପରେ କିଛି ଦିନ ପାଇଁ ସ୍ଥଗିତାଦେଶ ଜାରି କରିଥିଲେ ।

 

 

ସମ୍ବନ୍ଧିତ ଖବର