ବାୟୁସେନାରେ ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୩୨୪ ‘ତେଜସ୍‌’ ଲଢୁଆ ବିମାନ

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି ତେଜସ୍‌ ଲଢୁଆ ବିମାନକୁ ବ୍ୟବହାର ଲାଗି ଅନୁମୋଦନ କରୁ ନ ଥିବା ଭାରତୀୟ ବାୟୁସେନା ଏବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବିମାନରୁ ୩୨୪ଟିକୁ ସାମିଲ କରିବାକୁ ରାଜି ହୋଇଛି।

ଦୀର୍ଘ ତିନି ଦଶନ୍ଧି ଧରି ବିକାଶ କରାଯାଇଥିଲେ ମଧ୍ୟ ତେଜସ୍‌ ଲଢୁଆ ବିମାନ ଲଢ଼େଇ ପାଇଁ ଅନୁପଯୁକ୍ତ ବୋଲି ଭାରତୀୟ ବାୟୁସେନ କିଛି ବର୍ଷ ହେବ କହିଆସୁଥିଲା।

କିନ୍ତୁ, ଏବେ ହିନ୍ଦୁସ୍ଥାନ ଏରୋନଟିକ୍ସ୍‍ ଲିମିଟେଡ୍‌ ଠାରୁ ୭୫, ୦୦୦ କୋଟି ଟଙ୍କା ମୂଲ୍ୟରେ ଅନ୍ୟୂନ ୧୨୪ଟି ତେଜସ୍‌ ଲଢୁଆ ବିମାନ ଖରିଦ କରିବାକୁ ବାୟୁସେନା ଚୁକ୍ତି କରିଛି।

ଭାରତୀୟ ବାୟୁସେନା ଦାବି କରିଛି ଯେ ଉନ୍ନତ ଉଡ଼ାଣ, ରାଡାର୍‌, ପରିବର୍ଦ୍ଧିତ ଅସ୍ତ୍ରବାହୀ କ୍ଷମତା ଏବଂ ଶକ୍ତିଶାଳୀ ଇଞ୍ଜିନ୍‌ ଥିବା ତେଜସ୍‌ ମାର୍କ-ଟୁ ଏକ ସମ୍ପୂର୍ଣ୍ଣ ନୂତନ ଲଢୁଆ ବିମାନ।

ତେଜସ୍‌ ମାର୍କ-ଟୁର ସଫଳ ପରୀକ୍ଷଣ ପରେ ଏବେ ନିର୍ମାଣାଧୀନ ରହିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ୨୦୧୯-୨୦ ମସିହାରେ ଭାରତୀୟ ବାୟୁସେନାରେ ଏହା ସାମିଲ କରିବାକୁ ଏଚ୍‌ଏଏଲ୍‌କୁ ପ୍ରସ୍ତାବପତ୍ର ଦିଆଯାଇଛି।

ସମ୍ବନ୍ଧିତ ଖବର