କେଦାରନାଥରେ ପ୍ରବଳ ବରଫପାତ, ୩ ମୃତ

ନୂଆଦିଲ୍ଲୀ:କେଦାରନାଥରେ ଗତ ରାତିରୁ ପ୍ରବଳ ବରଫପାତ ଜାରି ରହିଥିବା ବେଳେ ଏଥିରେ ଦିଲ୍ଲୀ ଓ ମୁମ୍ବାଇର ୨ ଜଣ ପର୍ଯ୍ୟଟକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ରାସ୍ତା ଅବରୋଧ ଯୋଗୁଁ ପ୍ରାୟ ୨ ହଜାର ଶ୍ରଦ୍ଧାଳୁ ଫସି ରହିଛନ୍ତି। ଉତ୍ତରାଖଣ୍ଡର ପୂର୍ବ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ଵତଙ୍କ ସମେତ ୬ କଂଗ୍ରେସ ନେତା ମଧ୍ୟ ଏହି ବରଫପାତରେ ଫସିଥିବା ଜଣାପଡ଼ିଛି। କଂଗ୍ରେସ ନେତାମାନେ କେଦାରନାଥ ଅଂଚଳରେ ସରକାରଙ୍କ ବିକାଶ କାର୍ଯ୍ୟର ଦାବିକୁ ପରଖିବା ପାଇଁ ଯାଇଥିଲେ। ଉତ୍ତରକାଶୀ ଏବଂ ରୁଦ୍ର ପ୍ରୟାଗରେ ମଧ୍ୟ ଝଡ଼ ତୋଫାନ ଯୋଗୁଁ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପାଗ ଅତ୍ୟନ୍ତ ଖରାପ ରହିଥିବାରୁ ରାସ୍ତାରେ ଫସି ରହିଥିବା ଶ୍ରଦ୍ଧାଳୁଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ହେଲିକପ୍‌ଟର ମଧ୍ୟ ଲ୍ୟାଣ୍ଡ କରିପାରୁଡ଼ନଥିବା ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ହିମାଚଳ ପ୍ରଦେଶରେ ମଧ୍ୟ ଆଜି ଝଡ଼ତୋଫାନ ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି।

ସମ୍ବନ୍ଧିତ ଖବର