ଆଇଏମ୍‌ର ଧମକ, କାଉଡ଼ିଆମାନେ ମୁସଲିମ୍‌ ଅଞ୍ଚଳ ଦେଇ ଗଲେ ରେଳ ଷ୍ଟେସନ୍‌ ଉଡ଼ାଇ ଦେବୁ

ବରେଲି : ଆତଙ୍କବାଦୀ ଗୋଷ୍ଠୀ ଆଇଏମ୍‌ (ଇଣ୍ଡିଆନ ମୁଜାହିଦ୍ଦିନ୍‌) ବୋଲ୍‌ବମ୍‌ ଭକ୍ତଙ୍କୁ ଟାର୍ଗେଟ୍‌ କରି ରେଳ ଷ୍ଟେସନ ଉଡ଼ାଇ ଦେବାକୁ ଧମକ ଦେଇଛି। କାଉଡ଼ିଆମାନେ ବରେଲିର ମୁସଲିମ ବହୁଳ ଅଞ୍ଚଳ ଦେଇ ଯାତ୍ରା କଲେ ବରେଲି ରେଳ ଷ୍ଟେସନ୍‌ ଉଡ଼ାଇ ଦିଆଯିବ ବୋଲି ଆଇଇଏମ୍‌ର ଏରିଆ କମାଣ୍ଡର ମୁନ୍ନେ ଖାନ୍‌ ଓରଫ ମୁଲା ପୁଲିସ ଅଧିକାରୀଙ୍କ ପାଖକୁ ପତ୍ର ଲେଖିଛି। ଏଭଳି ଏକ ଧମକପୂର୍ଣ୍ଣ ଚିଠି ପାଇବାପରେ ବରେଲି ରେଳ ଷ୍ଟେସନ୍‌ରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ବରେଲିରେ କାଉଡ଼ି ଯାତ୍ରା ସମୟ‌ରେ ଦୁଇ ସମ୍ପ୍ରଦାୟ ମଧ୍ୟ‌ରେ ଅନେକ ଥର ସଂଘର୍ଷ ହେବା ନଜିର ରହିଛି। ଏଥର କାଉଡ଼ି ଯାତ୍ରା ପାଇଁ ମୁଜାଫରପୁରରେ ପୁଲିସ ୨୦୦ ସିସିଟିଭି କ୍ୟାମେରା ଏବଂ ୯୦ଟି ଡ୍ରୋନ୍‌ ମୁତୟନ କରିଛି।

ସମ୍ବନ୍ଧିତ ଖବର