ହସ୍ପିଟାଲରୁ ସୂଚନା ଦେଲେ ଇମ୍ରାନ: ମୋତେ ଚାରିଟି ଗୁଳି ବାଜିଛି, ଦିନକ ପୂର୍ବରୁ ହତ୍ୟା ସୂଚନା ମିଳିଥିଲା

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁରୁବାର ଦିନ ଗୁଳିମାଡ଼ ହୋଇଥିଲା। ଶୁକ୍ରବାର ଦିନ ନିଜେ ଇମ୍ରାନ ତାଙ୍କୁ ୪ଟି ଗୁଳି ବାଜିଥିବା ସୂଚନା ଦେଇଛନ୍ତି। ଲାହୋରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଇମ୍ରାନ କହିଛନ୍ତି, ମୋତେ ଆକ୍ରମଣ କରାଯିବାର ଦିନକ ପୂର୍ବରୁ ଏ ସଂପର୍କରେ ସୂଚନା ମିଳିଯାଇଥିଲା। ତାହା ୱାଜିରାବାଦ କିମ୍ବା ଅନ୍ୟ କୌଣସି ସ୍ଥାନ ହୋଇପାରେ। ସେମାନେ ମତେ ହତ୍ୟା ଯୋଜନା କରିଥିଲେ ବୋଲି ଇମ୍ରାନ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ତାଙ୍କୁ ହତ୍ୟା କରିବା ପାଇଁ ୪ ଜଣ ଲୋକ ବନ୍ଦ କୋଠରୀରେ ଯୋଜନା କରିଥିଲେ। ମୋ ପାଖରେ ସେହି ଭିଡ଼ିଓ ରହିଛି। ଯଦି ମୋର କିଛି ହୁଏ ତାହେଲେ ସେହି ଭିଡିଓକୁ ଜାରି କରାଯିବ। ଏଥିସହିତ ମୋତେ ମାରିବାକୁ ଯେଉଁ ୩ ଜଣ ଯୋଜନା କରିଥିଲେ ସେମାନଙ୍କ ମଧ୍ୟରେ ଗୃହମନ୍ତ୍ରୀ ରାଣା ସାନାଉଲ୍ଲାହ ସାମିଲ ଅଛନ୍ତି। ଅନ୍ୟ ଦୁଇଜଣ ହେଲେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ମେଜର ଜେନେରାଲ ଫୈଜଲ ନସିର। ସେହି ଚାରିଜଣଙ୍କ ମଧ୍ୟରେ ଏମାନେ ନାହାନ୍ତି।

ସମ୍ବନ୍ଧିତ ଖବର