ମହାପଞ୍ଚାୟତରେ ମୋଦୀ, ଯୋଗୀଙ୍କ ମୁଣ୍ଡକାଟ ଧମକ ଦେଇ ଯୁବକ ଗିରଫ

ଲକ୍ଷ୍ନୌ: ମୁଜାଫରନଗରେ ଆୟୋଜିତ ଏକ ମହ‌ାପଞ୍ଚାୟତରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୁଣ୍ଡକାଟ ଧମକ ଦେଇଥିବାରୁ ତାଙ୍କୁ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଛି। ହାଥରାସ୍‌ ଜିଲ୍ଲାରେ ଆର୍‌ଏଲ୍‌ଡି ନେତା ଜୟନ୍ତ ଚୌଧୁରୀଙ୍କୁ ଉତ୍ତରପ୍ରଦେଶ ପୁଲିସର ଦୁର୍ବ୍ୟବହାରକୁ ବିରୋଧ କରି ମୁଜାଫରନଗରରେ ଆନ୍ଦୋଳନ ହୋଇଥିଲା ଏବଂ ଏହାପରେ ମହାପଞ୍ଚାୟତ କାର୍ଯ୍ୟକ୍ରମ ହୋଇଥିଲା। ଏହି ବ୍ୟକ୍ତି ଜଣଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲା ଯେ, ଆମମାନଙ୍କୁ ଏକଜୁଟ୍‌ ହେବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୁଣ୍ଡକାଟ ପାଇଁ ସେ ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର