ଉତ୍ତରପ୍ରଦେଶରେ ଅଭାବନୀୟ କାଣ୍ଡ, ସାମ୍ବାଦିକ ଏବଂ ତାଙ୍କ ସାଙ୍ଗଙ୍କୁ ଜାଳିଦେଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବଳରାମପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସାମ୍ବାଦିକ ଏବଂ ତାଙ୍କ ବନ୍ଧୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଉଭୟଙ୍କର ଶରୀରରେ ନିଆଁ ଲଗାଇ ସେମାନଙ୍କୁ ଜିଅନ୍ତା ଜାଳି ଦିଆଯାଇଛି। ମୃତକଙ୍କ ନାମ ରାକେଶ ସିଂହ ଏବଂ ପିଣ୍ଟୁ ସାହୁ। ଉଭୟଙ୍କ ବୟସ ପ୍ରାୟ ୪୫ ବର୍ଷ। ରାକେଶ ଏକ ଦୈନିକ ହିନ୍ଦୀ ଖବରକାଗଜରେ କାମ କରନ୍ତି। ପୁଲିସ ସୂଚନାନୁଯାୟୀ କୋଟୱାଲି ଦେହତ ଥାନା ଅଧୀନସ୍ଥ କଲ୍‌ଭାଲି ଗ୍ରାମରେ ରାକେଶଙ୍କ ବାସଭବନରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳ ବୁଲିଥିବା ବଳରାମପୁର ଏସ୍‌ପି ଦେବ ରଂଜନ ବର୍ମା କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ୁଛି ସାମ୍ବାଦିକ ଏବଂ ତାଙ୍କ ସାଙ୍ଗ କିଛି ଲୋକଙ୍କ ସହ ବସିଥିଲେ। ତେବେ ସେମାନଙ୍କ ମଧ୍ୟରେ କୌଣସି କାରଣ ପାଇଁ ବଚସା ହୋଇଥିଲା ଏବଂ ଏହା ବର୍ବର ହିଂସାର ରୂପ ନେଇଥିଲା। ଫରେନ୍ସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉଭୟ ରାକେଶ ଏବଂ ପିଣ୍ଟୁ ସାହୁଙ୍କୁ ଅତି ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ଅଭିଯୁକ୍ତଙ୍କୁଏଯାବତ୍‌ ଚିହ୍ନଟ କରାଯାଇପାରିନି।

ସମ୍ବନ୍ଧିତ ଖବର