ଭାରତକୁ ଖୁବ୍‌ ଶୀଘ୍ର ମିଳିବ ଏସ୍‌-୪୦୦ ଟ୍ରାୟମ୍ଫ କ୍ଷେପଣାସ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ: ଭାରତ ଖୁବ୍‌୍‌ଶୀଘ୍ର ବିଶ୍ୱର ମହାଶକ୍ତିଶାଳୀ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଏସ୍‌-୪୦୦ ଟ୍ରାୟମ୍ଫ ହାସଲ କରିବ। ଏ ବାବଦରେ ରୁଷ୍‌-ଭାରତ ମଧ୍ୟରେ ଚୂଡ଼ାନ୍ତ ଚୁକ୍ତି ସଂପନ୍ନ ହୋଇଥିବାରୁ ଭାରତୀୟ ବାୟୁସେନା ଏହି ପ୍ରତିରକ୍ଷା ବ୍ୟବସ୍ଥା ହାସଲ କରିବାରେ ଆଉ କୌଣସି ପ୍ରତିବନ୍ଧକ ନାହିଁ ବୋଲି ଜଣାପଡ଼ିଛି । ରୁଷ୍‌ ଉପରେ ଆମେରିକାର ଆର୍ଥିକ କଟକଣା ଜାରି ରହିଥିବାରୁ ଏଥିରୁ ବର୍ତ୍ତି ଏହି କ୍ରୟ ଚୁକ୍ତି ସଂପନ୍ନ କରାଯାଇଛି। ସୂଚନାଯୋଗ୍ୟ ରୁଷ୍‌ ବିରୋଧରେ ଆମେରିକା କେତେକ କଠୋର ଆର୍ଥିକ କଟକଣା ଲାଗୁ କରିଛି ଏବଂ ରୁଷ୍‌ଠାରୁ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରୁଥିବା ରାଷ୍ଟ୍ରଙ୍କ ବିରୋଧରେ ମଧ୍ୟ ଏହା ଲାଗୁ ହେବ ବୋଲି ଆମେରିକା ପୂର୍ବରୁ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର