ସୁଖୋଇ-୩୦ର ଆଧୁନିକୀକରଣ ପାଇଁ ଋଷିଆକୁ କହିଲା ଭାରତ

ନୂଆଦିଲ୍ଲୀ : ଭାରତର ମୁଖ୍ୟ ଯୁଦ୍ଧ ବିମାନ ସୁଖୋଇ-୩୦ ଏମକେଆଇ ମଲଟିରୋଲ ଏୟାରକ୍ରାଫ୍ଟକୁ ଆହୁରି ବିକଶିତ କରିବାକୁ ଭାରତ ଋଷିଆକୁ କହିଛି । ପୂର୍ବରୁ ଋଷିଆ ନିଜର ଯୁଦ୍ଧ ବିମାନ ମିଗ-୨୧,ମିଗ-୨୭ ଓ ମିଗ-୨୯ର ଆଧୁନିକୀକରଣ କରିଥିଲା । ଏଥିରେ ଭାରତୀୟ ବାୟୁସେନା ସନ୍ତୁଷ୍ଟ ଅଛି ବୋଲି ବାୟୁସେନା ମୁଖ୍ୟ ବିଏସ ଧାନୋଆ କହିଛନ୍ତି । ଏବେ ସୁଖୋଇ-୩୦ ଏମକେଆଇର ଆଧୁନିକୀକରଣ କରିବାର ସମୟ ଆସିଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଭାରତ ସହ ମିଶି ୫ମ ପିଢିର  ସୁଖୋଇ-୫୭ ବିମାନକୁ ଆହୁରି ବିକଶିତ କରିବାକୁ ଋଷିଆ ପ୍ରସ୍ତାବ ଦେଇଛି, ଯେପରିକି ଆସନ୍ତା କିଛି ଦଶନ୍ଧି ପର୍ଯ୍ୟନ୍ତ ଏହି ଦୁଇଦେଶର ଏୟାରଫୋର୍ସରେ ମୁଖ୍ୟ ବିମାନଭାବେ କାମ କରିପାରିବ । ଏକଥା କହିଛନ୍ତି ଋଷିଆର ଜାତୀୟ ସାମରିକ ଓ ପ୍ରଯୁକ୍ତିଗତ ସହଯୋଗିତା ସଂସ୍ଥାର ଉପ-ନିର୍ଦ୍ଦେଶକ ଭ୍ଲାଦିମିର ଡ୍ରୋଜୋଭ କହିଛନ୍ତି । ସେ କହିଛନ୍ତି ଯେ ସୁଖୋଇ-୫୭ର କେତେକ ସ୍ୱତନ୍ତ୍ର ସାମରିକ କ୍ଷମତା ରହିଛି ଯାହାକି ଅନ୍ୟ ବିମାନରେ ନାହିଁ ।

ସମ୍ବନ୍ଧିତ ଖବର