ଲଦାଖ ଅଞ୍ଚଳରୁ ସୈନ୍ୟ ଅପସାରଣ ନିମନ୍ତେ ଶୁକ୍ରବାର ଦିନ ପୁଣି ଆରମ୍ଭ ହେବ ଭାରତ ଓ ଚୀନ୍‌ ମଧ୍ୟରେ କୂଟନୈତିକ ଆଲୋଚନା

ନୂଆଦିଲ୍ଲୀ: ଲଦାଖ ସେକ୍ଟର୍‌ରେ ଚାଲିଥିବା ସୀମା ବିବାଦର ସମାଧାନ ନିମନ୍ତେ ପ୍ରାୟ ୧୧ ସପ୍ତାହର ବ୍ୟବଧାନ ପରେ ଶୁକ୍ରବାର ଦିନ ପୁଣି ଥରେ ଭାରତ ଓ ଚୀନ୍‌ ମଧ୍ୟରେ କୂଟନୈତିକ ଆଲୋଚନା ଆରମ୍ଭ ହେବ।

‘ଓ୍ଵାର୍କିଙ୍ଗ୍‌ ମେକାନିଜମ୍‌ ଫର୍‌ କନ୍‌ସଲ୍‌ଟେସନ୍‌ ଆଣ୍ଡ୍‌ କୋଅର୍ଡିନେସନ୍‌ ଅନ୍‌ ବର୍ଡର୍‌ ଆଫେୟାର୍ସ’ର (ଡବ୍ଲୁଏମ୍‌ସିସି) ଏହି ଭର୍ଚ୍ୟୁଆଲ୍‌ ବୈଠକରେ ଦୁଇ ଦେଶର କୂଟନୀତିଜ୍ଞମାନେ ଭାଗ ନେବେ। ବାସ୍ତବ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ୱରେ ନିୟୋଜିତ ସୈନ୍ୟ ଅପସାରଣ ସଂକ୍ରାନ୍ତର ସେମାନେ ଆଲୋଚନା କରିବାର ସମ୍ଭାବନା ଥିବା କୁହାଯାଉଛି।

Image Courtesy of Nationscoop

ବେଜିଙ୍ଗ୍‌ କୂଟନୈତିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଆଲୋଚନାରେ ସୈନ୍ୟ ଅପସାରଣ ପ୍ରସଙ୍ଗ ଉପରେ ଆଲୋକପାତ କରାଯିବ।

ସେପ୍ଟେମ୍ବର ୩୦ ତାରିଖ ଦିନ ‘ଡବ୍ଲୁଏମ୍‌ସିସି’ର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ, ଏଥିରେ କୌଣସି ସଫଳତା ମିଳି ନ ଥିଲା। ସେପ୍ଟେମ୍ବର ୩୦ରୁ ଅଦ୍ୟାବଧି ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ସାମରିକସ୍ତରୀୟ ଆଲୋଚନା ମଧ୍ୟ ସୈନ୍ୟ ଅପସାରଣ କରାଇବାରେ ଫଳପ୍ରଦ ହୋଇନାହିଁ।

ସମ୍ବନ୍ଧିତ ଖବର