ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ବିଷୟରେ ଚୀନ୍‌ର ଆପତ୍ତିକୁ ପ୍ରତ୍ୟାଖ୍ୟାନ କଲା ଭାରତ

ନୂଆଦିଲ୍ଲୀ: ନିକଟ ଅତୀତରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ଉପରେ ଚୀନ୍‌ର ଆପତ୍ତିକୁ ବୁଧବାର ଦିନ ଭାରତ ଦୃଢ଼ତାର ସହ ପ୍ରତ୍ୟାଖ୍ୟାନ କରିବା ସହ ଉକ୍ତ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଓ ସ୍ୱଜାତ ଅଂଶ ବୋଲି ଗୁରୁତ୍ୱ ଦେଇ କହିଛି।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି, ଭାରତୀୟ ନେତାମାନଙ୍କ ଭାରତୀୟ ପ୍ରଦେଶ ଗସ୍ତ ଉପରେ ଆପତ୍ତି ଉଠାଇବାର କୌଣସି କାରଣ ନାହିଁ।

ସେ କହିଛନ୍ତି, ଚୀନା ସରକାରୀ ମୁଖପାତ୍ର ଆଜି ଦେଇଥିବା ମନ୍ତବ୍ୟ କଥା ଜାଣିଲୁ। ଆମେ ଉକ୍ତ ମନ୍ତବ୍ୟଗୁଡ଼ିକୁ ପ୍ରତ୍ୟାଖ୍ୟାନ କରୁଛୁ। ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଓ ସ୍ୱଜାତ ଅଂଶ।

Image Courtesy of NDTV

ଗତସପ୍ତାହରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ଉପରେ ଚୀନ୍‌ ବୈଦେଶିକ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ ସେ ଉପରୋକ୍ତ କଥା କହିଛନ୍ତି।

ବାଗ୍‌ଚି କହିଲେ, ଭାରତର ଅନ୍ୟ ଯେକୌଣସି ପ୍ରଦେଶକୁ ଗସ୍ତ କଲା ଭଳି ଭାରତୀୟ ନେତାମାନେ ନିୟମିତ ଭାବେ ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଆନ୍ତି। ଏଥିରେ ଚୀନ୍‌ର ଆପତ୍ତି ଅକାରଣ।

ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶ ଦକ୍ଷିଣ ତିବ୍ଦତ କହି ଚୀନ୍‌ ଭାରତୀୟ ନେତାମାନଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ଉପରେ ଆପତ୍ତି ଉଠାଉଛି।

ସମ୍ବନ୍ଧିତ ଖବର