ରୁଷ୍‌ ଗସ୍ତରେ ମୋଦୀ : ଭାରତ-ରୁଷ୍‌ ୧୩ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ

ମୋଦୀଙ୍କୁ ମିଳିବ ରୁଷ୍‌ର ସର୍ବୋଚ୍ଚ ନାଗରିକ ସମ୍ମାନ

ବ୍ଲାଦିବୋସ୍ତକ : ରୁଷ୍‌ ଏବଂ ଭାରତର ଦ୍ବିପାକ୍ଷିକ ସଂପର୍କରେ ଆଜି ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ରୁଷ୍‌ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପସ୍ଥିତିରେ ଉଭୟ ଦେଶ ୧୩ଟି ବଡ଼ ଦ୍ବିପାକ୍ଷିକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ରୁଷ୍‌ର ବନ୍ଦର ସହର ବ୍ଲାଦିବୋସ୍ତକରେ ରୁଷ୍‌ ଏବଂ ଭାରତର ପ୍ରତିନିଧିସ୍ତରୀୟ ଆଲୋଚନାରେ ପ୍ରତିରକ୍ଷା, ପ୍ରଯୁକ୍ତି, ଶକ୍ତି ଏବଂ ମହକାଶ ମିସନ ନେଇ ବ୍ୟାପକ ସହମତି ପ୍ରକାଶ ପାଇଥିଲା। ଏହାପରେ ଉଭୟ ରାଷ୍ଟ୍ର ୧୩ଟି ବଡ଼ ଚୁକ୍ତି ସମେତ ମୋଟ ୨୫ଟି ବୁଝାମଣାରେ ସ୍ବାକ୍ଷର କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷ୍‌ର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌ ସେଣ୍ଟ ଏଣ୍ଡ୍ରୁ ଦ ଅପୋଷ୍ଟଲ୍‌’ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ , ଭାରତ ଓ ରୁ‌ଷ୍‌ ମଧ୍ୟରେ ରହିଥିବା ଦୀର୍ଘକାଳୀନ ସଂପର୍କ ଏବେ ନୂଆ ଶିଖରକୁ ଛୁଇଁଛି। ମହକାଶକୁ ଭାରତର ମାନବ ପଠାଇବା ମିସନ୍‌ ଗଗନଯାନ ପାଇଁ ଭାରତର ମହକାଶଚାରୀମାନେ ରୁଷ୍‌ରେ ତାଲିମ ନେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର