ଆତଙ୍କବାଦୀ ପାଣ୍ଠି ଯୋଗାଣକୁ ମୁକାବିଲା କରିବାକୁ ଜାତିସଂଘର ନୂଆ ପ୍ରସ୍ତାବନାକୁ ସ୍ୱାଗତ କଲା ଭାରତ
ନୂଆଦିଲ୍ଲୀ: ଆତଙ୍କବାଦୀ ପାଣ୍ଠି ଯୋଗାଣକୁ ମୁକାବିଲା କରିବାକୁ ଏକ ପ୍ରସ୍ତାବନା ଗ୍ରହଣ କରି ନିମନ୍ତେ ଜାତିସଂଘର ନିରାପତ୍ତା ପରିଷଦ୍ ବିଭିନ୍ନ ଦେଶକୁ ଦେଇଥିବା ଆହ୍ଵାନକୁ ଗୁରୁବାର ଦିନ ଭାରତ ସ୍ୱାଗତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜାତିସଂଘସ୍ଥିତ ଭାରତର ସ୍ଥାୟୀ ପ୍ରତିନିଧି ସୟେଦ୍ ଆକବରୁଦ୍ଦିନ କହିଛନ୍ତି. ନିର୍ଦ୍ଦିଷ୍ଟ ଭାବେ ପ୍ରସ୍ତାବନାରେ ଚିହ୍ନିତ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱାଗତ। ପ୍ରଚଳନରେ ହିଁ ଯେକୌଣସି ପରିଷଦ୍ର ପ୍ରସ୍ତାବନାର ଉପଯୋଗୀତା ନିହିତ ଥାଏ।
ଗୁରୁବାର ଦିନ ଜାତିସଂଘ ନିରାପତ୍ତା ପରିଷଦ୍ ଏହି ପ୍ରସ୍ତାବନା ଗ୍ରହଣ କରିଛି। ଫ୍ରାନ୍ସ୍ ଦ୍ୱାରା ଆଗତ ହୋଇଥିବା ପ୍ରସ୍ତାବନା ୨୪୬୨ର ଉଦ୍ଦେଶ୍ୟ ହେଉଛି ପ୍ରଚଳିତ ପ୍ରସ୍ତାବନାଗୁଡ଼ିକୁ ସମୟପୋଯୋଗୀ କରି ଆତଙ୍କବାଦକୁ ପାଣ୍ଠି ଯୋଗାଇବାରେ ନୂଆ ଉପାୟ ଏବଂ ନୂଆ ଆହ୍ଵାନକୁ ମୁକାବିଲା କରିବା।
ଆତଙ୍କବାଦୀ ଅର୍ଥଯୋଗାଣକୁ ଅପରାଧିକରଣ କରିବାକୁ ଆଇନ୍କାନୁନ ପ୍ରସ୍ତୁତ କରିବାରେ ବିଶ୍ୱସ୍ତରୀୟ ଉଦ୍ୟମରେ ଏହା ଏକ ମାଇଲ୍ସ୍ତମ୍ଭ ବୋଲି କହି ଆକବରୁଦ୍ଦିନ ଏହାକୁ ପ୍ରଶଂସା କରିଛନ୍ତି।
କାର୍ଯ୍ୟାନୁଷ୍ଠାନ ଲାଗି ବିଶ୍ୱ ସମ୍ପ୍ରଦାୟ ଅଧୈର୍ଯ୍ୟ। ଆଗକୁ ଯାଇ ଅଧିକ ଫଳପ୍ରଦ ଭାବେ କିଛି କରିବାକୁ ଜାତିସଂଘ ସାମଗ୍ରିକ ଭାବେ ଆହୁରି ଅଧିକ ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ଉଦ୍ୟମରେ ଭାରତ ଅଂଶୀଦାର ହେବାକୁ ଆଗ୍ରହୀ।