କରୋନା ଦ୍ବାରା ଆକ୍ରାନ୍ତ ହେଲେ ‘ଗେମ୍ ଅଫ୍ ଥ୍ରୋନ୍ସ’ର ଅଭିନେତ୍ରୀ ଇନ୍ଦିରା ବର୍ମା

ନୂଆଦିଲ୍ଲୀ: ୨୦୧୪-୧୭ ପର୍ଯ୍ୟନ୍ତ ‌ହଲିଉଡ୍ ୱେବ୍ ସିରିଜ୍ ‘ଗେମ୍ ଅଫ୍ ଥ୍ରୋନ୍ସ’ରେ ନଜର ଆସିଥିବା ଅଭିନେତ୍ରୀ ଇନ୍ଦିରା ବର୍ମା ଏବେ ମାରାତ୍ମକ କରୋନାଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। ଅଭିନେତ୍ରୀ ଇନ୍ଦିରା ଏ ନେଇ ନିଜର ଇନଷ୍ଟାଗ୍ରାମ ଜରିଆରେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ୱେବ୍ ସିରିଜରେ ଟୋରମଣ୍ଡ ଚରିତ୍ର ନିଭାଇ ସାରିଥିବା କ୍ରିଷ୍ଟୋଫର ହିଜ୍ଜୁ ଏହି ମାରାତ୍ମକ ଭାଇରସର ଶିକାର ହୋଇଥିବା ଖବର ମିଳିଥିଲା।

 

 

ଇନ୍ଦିରା ତାଙ୍କ ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି, ଦୁଃଖର ବିଷୟ, କୋଭିଡ-୧୯ ଅନେକ ସୋ’ ଉପରେ ଖରାପ ପ୍ରଭାବ ପକାଇଛି। ଆମେ ଆଶା କରୁଛୁ ଶୀଘ୍ର ଫେରିବୁ ଏବଂ ଆମକୁ ସମର୍ଥନ କରିବାକୁ ଆପଣଙ୍କୁ ନିବେଦନ କରୁଛୁ। ମୁଁ ଏବେ କରୋନା ଦ୍ବାରା ପୀଡ଼ିତ ହୋଇ ଶଯ୍ୟାଶାୟୀ ଅଛି। ଆପଣମାନେ ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ସାଥୀମାନଙ୍କ ସହ ଦୟାଳୁ ବ୍ୟବହାର କରନ୍ତୁ। ଇନ୍ଦିରା ହଲିଉଡ ଚଳଚ୍ଚିତ୍ର ‘ଏକ୍ସପୋଜ: ଗଡ୍ସ ଆଣ୍ଡ କିଙ୍ଗ୍ସ’, ‘କାମସୁତ୍ର: ଏ ଟେଲ ଅଫ୍ ଲଭ୍’ରେ ଅଭିନୟ କରିଛନ୍ତି। ଇନ୍ଦିରା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅନୁପମ ଖେରଙ୍କ ସହ ‘ବ୍ରାଇଡ୍ ଆଣ୍ଡ ପ୍ରିଜୁଡିସ୍’ରେ ମଧ୍ୟ କାମ କରିଥିଲେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଗୁରିନ୍ଦର ଚଢ଼ା।

ସମ୍ବନ୍ଧିତ ଖବର