ପାକିସ୍ତାନର ଗୁରୁଦ୍ୱାରା ମଧ୍ୟକୁ ପ୍ରବେଶ କରିବା ପାଇଁ ଭାରତୀୟ କୂଟନୈତିକମାନଙ୍କୁ ଅନୁମତି ନଦେଇ ଦୁର୍ବବ୍ୟବହାର ପ୍ରଦର୍ଶନ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଗୋଟିଏ ପକ୍ଷରେ ଭାରତ ସହ ମିଶି ଖର୍‌ତାର୍‌ପୁର ସାହିବ କରିଡର ନିର୍ମାଣ ପାଇଁ ପଡ଼ୋଶୀ ପାକିସ୍ତାନ ଆଗ୍ରହ ପ୍ରକାଶ କରୁଥିବା ବେଳେ ଅନ୍ୟ ପକ୍ଷରେ ନାନ୍‌କାନା ସାହିବ୍‌ ଗୁରୁଦ୍ୱାରା ଓ ଗୁରୁଦ୍ୱାରା ସଚ୍ଚାସୌଦା ମଧ୍ୟକୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟର କୂଟନୈତିକମାନଙ୍କୁ ପ୍ରବେଶ ପାଇଁ ଅନୁମତି ନଦେଇ ସେମାନଙ୍କ ପ୍ରତି ଦୁର୍ବବ୍ୟହାର କରିବା ଘଟଣା ପୁଣିଥରେ ପାକିସ୍ତାନର ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛି। ଏହି ଦୁଇ ଗୁରୁଦ୍ୱାରା ପାକିସ୍ତାନର ପଞ୍ଜାବ ପ୍ରଦୋରେ ଅବସ୍ଥିତ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଏସବୁ ଗୁରୁଦ୍ୱାରା ମଧ୍ୟକୁ ପ୍ରବେଶ କରି ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀମାନଙ୍କୁ ଭେଟିବା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରାଳୟର କୂଟନୈତିକମାନଙ୍କୁ ପାକିସ୍ତାନ ଅନୁମତି ତ ଦେଉନାହିଁ; ଅନ୍ୟପକ୍ଷରେ ସେମାନଙ୍କ ସହ ଦୁର୍ବବ୍ୟବହାର ପ୍ରଦର୍ଶନ ସହ ଅପଶବ୍ଦ ପ୍ରୟୋଗ କରି ଗାଳିଗୁଲଜ କରୁଛି।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ପାକିସ୍ତାନର ଗୁରୁଦ୍ୱାରାମାନଙ୍କରେ ଏବେ ଭାରତ ବିରୋଧୀ ଗତିବିଧି ବୃଦ୍ଧି ପାଇଛି। ପାକିସ୍ତାନର ଗୁରୁଦ୍ୱାରାମାନଙ୍କରେ ଏବେ ବହୁ ସଂଖ୍ୟାରେ ଭାରତ ବିରୋଧୀ ପୋଷ୍ଟର ଲଗାଯିବା ସହ ଶିଖ୍‌ମାନଙ୍କୁ ଭାରତ ବିରୋଧୀ କରିବା ସହ ଆଉଥରେ ଖାଲିସ୍ତାନ ଆନ୍ଦୋଳନ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ପାକିସ୍ତାନ। ଏହି କାରଣ ପାଇଁ ପାକିସ୍ତାନ ଯାଉଥିବା ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀମାନଙ୍କୁ ଏହି ସମସ୍ତ ଗୁରୁଦ୍ୱାରାମାନଙ୍କରେ ଆତିଥେୟତା ପ୍ରଦାନ କରିବା ସହ ଭାରତ ବିରୋଧୀ ହେବା ସହ ଖାଲିସ୍ତାନ ଆନ୍ଦୋଳନ କରିବାକୁ ପରାମର୍ଶ ଦେଉଛି। ଏଘଟଣା ଜାଣିବା ପରେ ଘଟଣାସ୍ଥଳକୁ ଯାଇ ପ୍ରକୃତ ତଥ୍ୟ ଜାଣିବାକୁ ଉଦ୍ୟମ ହେଉଛି, ସେତେବେଳେ ଏସବୁ ଗୁରୁଦ୍ୱାରା ମଧ୍ୟକୁ ପ୍ରବେଶ କରି ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀମାନଙ୍କୁ ଭେଟିବା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରାଳୟର କୂଟନୈତିକମାନଙ୍କୁ ପାକିସ୍ତାନ ଅନୁମତି ତ ଦେଉନାହିଁ; ଅନ୍ୟପକ୍ଷରେ ସେମାନଙ୍କ ସହ ଦୁର୍ବବ୍ୟବହାର ପ୍ରଦର୍ଶନ ସହ ଅପଶବ୍ଦ ପ୍ରୟୋଗ କରି ଗାଳିଗୁଲଜ କରୁଛି।

ସମ୍ବନ୍ଧିତ ଖବର