ଭାରତୀୟ ଡାକ୍ତରାଣୀ ଇଂଲଣ୍ଡରେ ନିଖୋଜ, ଖୋଜା ଚାଲିଛି

ନୂଆଦିଲ୍ଲୀ: ପଶ୍ଚିମ ଇଂଲଣ୍ଡର ହିୟର୍‌ଫୋର୍ଡସେୟାରରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର ଗତ ୩ ତାରିଖରୁ ନିଜ ଘରୁ ନିଖୋଜ ହୋଇ ଯାଇଥିବା ସୂଚନା ରହିଛି। ନିଖୋଜ ଡାକ୍ତରାଣୀ ଉମା କୁଲରାନୀ ନିଜ ଘର ହିୟର୍‌ଫୋର୍ଡସେୟାରରୁ ବ୍ରିଷ୍ଟୋଲ୍‌ ଅଞ୍ଚଳକୁ ଯାତ୍ରା କରୁଥିବା ବେଳେ ନିଖୋଜ ହୋଇଥିବା ପୁଲିସ୍‌ ସନ୍ଦେହ କରୁଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୪୨ ବର୍ଷୀୟା ଉମା ୧୯୯୯ ମସିହାରେ ନାଗପୁରରେ ତାଙ୍କ ଡାକ୍ତରୀ ପାଠ ସମାପ୍ତ କରିଥିଲେ। ୨୦୧୫ ମସିହାରେ ସେ ଇଂଲଣ୍ଡର ଜେନେରାଲ୍‌ ମେଡିକାଲ୍‌ କାଉନ୍‌ସିଲ୍‌ରେ ପ୍ରାକ୍ଟିସ୍‌ କରିବାର ସୁଯୋଗ ପାଇଥିଲେ। ସେବେଠାରୁ ସେ ସେଠାରେ ରହୁଥିଲେ।

ଇଂଲଣ୍ଡ ପୁଲିସ୍‌ େଓ୍ଵବ୍‌ସାଇଟ୍‌ରେ ଉମା ଜଣେ ଏସୀୟ ମହିଳା, ଉଚ୍ଚତା ୫ ଫୁଟ୍‌, ପତଳା ସ୍ୱାସ୍ଥ୍ୟ, କଳା କେଶ ଓ କାନ ଫୋଡାଇଛନ୍ତି ବୋଲି ବର୍ଣ୍ଣନା କରାଯାଇ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି।

ପୁଲିସ୍‌ େଓ୍ଵବ୍‌ସାଇଟ୍‌ରେ ଆହୁରି ବି ଉଲ୍ଲେଖ କରାଯାଇଛି ଯେ ସେ ସାଧାରଣତଃ ବଡ଼ ଆକାରର କାନଫୁଲ ପିନ୍ଧିଥାନ୍ତି। ମାତ୍ର ସେ ହଜିବା ବେଳେ କ’ଣ ପୋଷାକ ପିନ୍ଧିଥିଲେ ତାହା ଜଣା ପଡ଼ିନାହିଁ।

ପୁଲିସ୍‌ ଉମାଙ୍କୁ ଖୋଜିବା କାମ ଆରମ୍ଭ କରିଛି। ତାଙ୍କ ଘର  ନିକଟସ୍ଥ ଅଞ୍ଚଳକୁ ପୁଲିସ୍‌ କଡ଼ା ନଜର ରଖି ଅନୁସନ୍ଧାନ ଜାରି ରଖିଛି।

ସମ୍ବନ୍ଧିତ ଖବର