କୋଭିଡ୍‌ର ଅନ୍ତ ଘଟାଇବ ଭାରତୀୟ ଟିକା !

ଟିକାର ନୈଦାନିକ ପରୀକ୍ଷଣ ପାଇଁ ୬ରୁ ୯ ମାସ ଲାଗିବ : ସୌମ୍ୟା ସ୍ବାମୀନାଥନ୍

ନୂଆଦିଲ୍ଲୀ: ବିଶ୍ବରେ ୧.୧୪ କୋଟିରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବା ସହ ପାଖାପାଖି ୫ଲକ୍ଷ ୩୫ ହଜାର ମୃତ୍ୟୁର କାରଣ ପାଲଟିଥିବା ମହାମାରୀ କୋଭିଡ୍–୧୯ର ମୁକାବିଲା ପାଇଁ ଅଦ୍ୟାବଧି ପାଖାପାଖି ୧୪୦ଟି ଟିକାର ବିକାଶ ବିଭିନ୍ନ ସ୍ତରରେ ପହ‌ିଛିା ଏପରିକି ସେଥି ମଧ୍ୟରୁ ୧୧ଟିର ସମ୍ପ୍ରତି ମନୁଷ୍ୟ ଶରୀରରେ ନୈଦାନିକ ପରୀକ୍ଷଣ ମଧ୍ୟ ଚାଲୁ ରହିଛିା ସେହିପରି କରୋନାଭୂତାଣୁ ସଂକ୍ରମଣର ପ୍ରତିରୋଧ ପାଇଁ ଭାରତରେ ମଧ୍ୟ ୬ଟି ଟିକା ବିକଶିତ କରାଯାଉଥିବା ବେଳେ କୋଭାକ୍ସିନ୍ ଓ ଜାଇକୋଭ୍–ଡି ନାମକ ଦୁଇଟି ଟିକାର ନୈଦାନିକ ପରୀକ୍ଷଣ ପାଇଁ ଅନୁମୋଦନ ପ୍ରଦାନ କରାସରିଛି। ତେବେ ଏହା ହିଁ ଏହି ମହାମାରୀ ଅନ୍ତ ହେବାର ଆରମ୍ଭକୁ ସୂଚିତ କରୁଚି ବୋଲି ଏ ସମ୍ପର୍କରେ ଆଶାବାଦୀ ଥିବା କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛିା ସେହିପରି ମନ୍ତ୍ରଣାଳୟର ସୂଚନାନୁଯାୟୀ, ବ୍ରିଟିଶ କମ୍ପାନି ଅଷ୍ଟ୍ରାଜେନେକା ଦ୍ବାରା ବିକଶିତ ଏଜେଡ୍୧୨୨୨ ଏବଂ ଆମେରିକୀୟ ଭେଷଜ କମ୍ପାନି ମଡର୍ଣ୍ଣା ଦ୍ବାରା ପ୍ରସ୍ତୁତ ଏମ୍ଆର୍ଏନ୍ଏ–୧୨୭୩ ନାମକ ଟିକାର ମଧ୍ୟ ଭାରତରେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି।

ସୂଚନା ଥାଉ କି, ଭାରତ ବାୟୋଟେକ୍ ଦ୍ବାରା ବିକଶିତ ଟିକା କୋଭାକ୍ସିନ୍‌ର ଯାବତୀୟ ନୈଦାନିକ ପରୀକ୍ଷଣ ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ସାରି ତାହାକୁ ସାର୍ବଜନୀନ ବ୍ୟବହାର ପାଇଁ ଉପଲବ୍ଧ କରାଇବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ନିର୍ଦ୍ଦେଶ କରିବା ପରେ ବିଭିନ୍ନ ମହଲରେ ସରକାରଙ୍କୁ ସମାଲୋଚିତ ହେବାକୁ ପଡି଼ଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜନୈତିକ ଫାଇଦା ଦେବାପାଇଁ ସଂପୃକ୍ତ ମନ୍ତ୍ରଣାଳୟ ଏପରି ତରବରିଆ ଭାବେ ଟିକାର ଲୋକାର୍ପଣ ତାରିଖ ଧାର୍ଯ୍ୟ କରିଛି ବୋଲି ବିରୋଧୀ ଦଳମାନେ ସମାଲୋଚନା କରିଛନ୍ତି। ଏହାଦ୍ବାରା ଭୁଲ୍ ଟିକାର ଅପବ୍ୟବହାର ଅନେକ ଜୀବନହାନିର କାରଣ ପାଲଟିବ ବୋଲି କେତେକ ଆଶଙ୍କା ପ୍ରକଟ କରିଥିଲେ। ତେବେ ନୈଦାନିକ ପରୀକ୍ଷଣ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଧାରିତ ନୀତିନିୟମକୁ ଆଇସିଏମ୍ଆର୍ ଅନୁସରଣ କରୁଛି। ତେବେ ସାମ୍ପ୍ରତିକ ସ୍ଥିତିରେ ଏଭଳି ପରୀକ୍ଷଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଏପରି କୁହାଯାଇଛି ବୋଲି ନିଜର ତାରିଖ ଘୋଷଣା ସମ୍ପର୍କରେ ଆଇସିଏମ୍ଆର୍ ସଫେଇ ଦେଇଛିା

ଟିକାର ନୈଦାନିକ ପରୀକ୍ଷଣ ପାଇଁ ୬ରୁ ୯ ମାସ ଲାଗିବ
ନୂଆଦିଲ୍ଲୀ: ବର୍ତ୍ତମାନ ଭାରତର ଅତି କମ୍‌ରେ ୭ଟି କମ୍ପାନି କୌଣସି ଏକ ପ୍ରଯୁଜ୍ୟ କୋଭିଡ୍–୧୯ ଟିକା ବିକାଶ କରିବାରେ ନିମଗ୍ନ ଅଛନ୍ତିା ତେବେ ସେମାନଙ୍କ ଭିତରୁ ଭାରତ ବାୟୋଟେକ୍ ଦ୍ବାରା ବିକଶିତ ଟିକାର ଯାବତୀୟ ନୈଦାନିକ ପରୀକ୍ଷଣ ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ସାରି ତାହାକୁ ସାର୍ବଜନୀନ ବ୍ୟବହାର ପାଇଁ ଉପଲବ୍ଧ କରାଇବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍) ନିର୍ଦ୍ଦେଶ କରିବା ପରେ ବିଭିନ୍ନ ବିଶେଷଜ୍ଞ ମହଲରେ ଭିନ୍ନ ଆଲୋଚନା ହୋଇଥିଲା। କାରଣ କୋଭିଡ୍–୧୯ର ମୁକାବିଲା ପାଇଁ କୌଣସି ଟିକାର ବିକାଶ ଓ ପ୍ରସ୍ତୁତି ପାଇଁ ଅତି କମ୍‌ରେ ବର୍ଷକରୁ ଦେଢ଼ ବର୍ଷ ଲାଗିଥାଏ ବୋଲି ସେମାନଙ୍କର ମତ। ତେବେ ବାସ୍ତବତା ଦୃଷ୍ଟିରୁ ସବୁ କିଛି ଠିକ୍ ଠାକ ରହିଲେ କୌଣସି ଟିକାର ପ୍ରଥମ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଠାରୁ ଆରମ୍ଭ କରି ଚୂଡା଼ନ୍ତ ପର୍ଯ୍ୟାୟ ପରୀକ୍ଷଣ ଯାଏ ସାରିବାକୁ ୬ରୁ ୯ ମାସ ଲାଗିଯିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରମୁଖ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍ କହିଛନ୍ତି। ସୁତରାଂ ଭାରତ ବାୟୋଟେକ୍‌କୁ ଆଗାମୀ ଅଗଷ୍ଟ ୧୫ ସୁଦ୍ଧା ତାହାର ଟିକା ଉପଲବ୍ଧ କରାଯିବାକୁ କୁହାଯିବା ଅର୍ଥ ସବୁଠୁ ଗୁରୁତ୍ବପୂର୍ଣ୍ଣ ଚୂଡା଼ନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣକୁ ଅଣଦେଖା କରିବା ସଂଗେ ସମାନ ବୋଲି ସ୍ବାମୀନାଥନ କହିଛନ୍ତି। କାରଣ ଏହି ଚୂଡା଼ନ୍ତ ପର୍ଯ୍ୟାୟ ପରୀକ୍ଷଣରେ ହିଁ ସଂଖ୍ୟାଧିକ ସ୍ବେଚ୍ଛାସେବୀଙ୍କୁ ଦୀର୍ଘ ଦିନ ଯାଏ ସାମିଲ କରି ଟିକାର ନିରାପତ୍ତା ଓ ଫଳପ୍ରଦତା ପରୀକ୍ଷିତ ହୋଇଥାଏ। ସେହି ଫଳାଫଳର ରୂପରେଖ ଉପରେ ହିଁ କୌଣସି ଟିକା ବ୍ୟବହାର ଉପଯୋଗୀ କି ନୁହେଁ, ତାହା ନିର୍ଣ୍ଣୟ କରାଯାଇଥାଏ ବୋଲି ସେ କହିଛନ୍ତିା

ସମ୍ବନ୍ଧିତ ଖବର