ଇଣ୍ଡିଗୋରେ ନିଆଁ, ୧୭୭ ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ବାଙ୍ଗାଲୁର ଅଭିମୁଖେ ଯାଉଥିବା ୬ଇ – ୨୧୩୧ ଇଣ୍ଡିଗୋ ବିମାନର ଇଞ୍ଜିନରୁ ଧୂଆଁ ବାହାରିବା ପରେ ଏକ ଭୟଙ୍କର ବିପଦରୁ ୧୭୭ ଯାତ୍ରୀ ରକ୍ଷା ପାଇଯାଇଛନ୍ତି। ଘଟଣା ଜଣାପଡିବା ପରେ ପାଇଲଟ ବିମାନକୁ ପୁଣି ଅବତରଣ କରିଦେବାରୁ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ନିଆଁ କିଭଳି ଧରିଲା ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ସୂତ୍ରରୁ ଜଣାପଡିଛି ଯେ, ଉକ୍ତ ବିମାନ ରାତି ୧୦.୮ରେ ୧୭୭ ଯାତ୍ରୀଙ୍କୁ ନେଇ ବିମାନ ବନ୍ଦର ରନୱେରୁ ଉପରକୁ ଉଠୁଥିବାବେଳେ ହଠାତ ଇଞ୍ଜିନରୁ ଧୂଆଁ ବାହାରିବାରୁ ପାଇଲଟ ତତକ୍ଷଣାତ କେନ୍ଦ୍ର ଶିଳ୍ପ ସୁରକ୍ଷା ବଳକୁ ଜଣାଇ ବିମାନକୁ ସେଠାରେ ହିଁ ଅବତରଣ କରିଦେଇଥିଲେ। ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା। ଆଉ ଗୋଟିଏ ଫ୍ଲାଇଟ ଯାତ୍ରୀଙ୍କ ପାଇଁ ଯୋଗାଡ କରାଯାଇଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର