ମମତାଙ୍କ ପାଦ ଛୁଇଁ ଅଡୁଆରେ ଆଇପିଏଏସ୍‌ ଅଧିକାରୀ

କୋଲକାତା: ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ଏକ ବିବାଦୀୟ ଭିଡିଓ। ଭିଡିଓ କ୍ଲିପ୍‌ଟିରେ ଦେଖିବାକୁ ମିଳିଛି ଜଣେ ଆଇପିଏସ୍‌ ଅଫିସର୍‌ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ପାଦ ଛୁଉଁଛନ୍ତି। ଜାଣିବାକୁ ମିଳିଛି ଏକ ପ୍ରଶାସନିକ ବୈଠକରେ ଯୋଗ ଦେବାକୁ ଯାଇ ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ମିଦ୍‌ନାପୁର ଜିଲ୍ଳାର ଦିଘାରେ ଥିବା ବେଳେ ଜଣେ ଆଇପିଏସ୍‌ ଅଧିକାରୀ ଚାଙ୍କ ଚରଣ ଛୁଇଁ ନମସ୍କାର କରିଛନ୍ତି।

ଆହୁରି ବି ଦେଖିବାକୁ ମିଳିଛି ଯେ ଉପସ୍ଥିିତ ଥିବା ଅଧିକାରୀମାନଙ୍କୁ ମମତା କେକ୍‌ ଖୁଆଉଛନ୍ତି। ତେବେ କେଉଁ ସେଠାରେ କେଉଁ ଉତ୍ସବ ମନାଯାଉଛି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ। ଏହି ଭିଡିଓରେ ଲୋକସଭା ସାଂସଦ ଶିଶିର ଅଧିକାରୀ ଏବଂ ଏଜିଏମ୍‌ ସିଏମ୍‌ ସିକ୍ୟୁରିଟି ଭିନିତ୍‌ ଗୋଏଲ୍‌ ବି ଦେଖିବାକୁ ମିଳିଛନ୍ତି।

ମମତା ଆଇପିଏଏସ୍‌ ଅଫିସର୍‌ ତଥା ଇନ୍‌ସ୍ପେକ୍ଟର ଜେନେରାଲ୍‌ ରାଜୀବ ମିଶ୍ରଙ୍କୁ କେକ୍‌ ଖୁଆଉଥିବା ବେଳେ ରାଜୀବ ନଇଁ କରି ମମତାଙ୍କ ପାଦ ଛୁଇଁଥିବା ଦେଖିବାକୁ ମିଳିଛି। ମିଶ୍ର ୟୁନିଫର୍ମରେ ଥିବା ସମୟରେ ଏପରି କରିଥିବା ହେତୁ ଏହା ଏବେ ଚର୍ଚ୍ଚା ପାଲଟିଛି। ଡିଉଟିରେ ଥିବା ସମୟରେ ଏପରି ଆଚରଣ ନିୟମ ଉଲ୍ଲଂଘନ କରିଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଛି।

ସମ୍ବନ୍ଧିତ ଖବର