ଆଇଆର୍‌ସିଟିସି ଆରମ୍ଭ କଲା ସାଧାରଣ ଯାତ୍ରୀଙ୍କ ପାଇଁ ସେଲୁନ ସେବା, ଯାତ୍ରାର ମଜା ନେଲେ ୬ ଯାତ୍ରୀ

ନୂଆଦିଲ୍ଲୀ : ରେଳରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏକ ବିଳାସପୂର୍ଣ୍ଣ ଯାତ୍ରାର ଅନୁଭବ ଦେବା ପାଇଁ ଆଇଆରସିଟିସି(ଭାରତୀୟ ଖାଦ୍ୟପେୟ ଏବଂ ପର୍ଯ୍ୟଟନ ନଗମ) ସେଲୁନ ସେବା ଆରମ୍ଭ କରିଛି । ଶୁକ୍ରବାର ଦିଲ୍ଲୀ ରେଳ ଷ୍ଟେସନରେ ଏହି କୋଚ ସଂଯୋଗ କରାଯିବା ସହ ସେଲୁନ୍‌ ଥିବା ରେଳଟି ଦିଲ୍ଲୀରୁ ଜମ୍ମୁକୁ ଯାତ୍ରା କରିଥିବା ଜଣା ପଡ଼ିଛି । ପ୍ରଥମେ ଏହି କୋଚରେ ୬ଜଣ ଯାତ୍ରୀ ଯାତ୍ରା କରିଥିବା ସୂଚନା ମଳିଛି । ରେଳ ମନ୍ତ୍ରାଳୟ ଟ୍ଵିଟରରେ ଏହି କୋଚର ପ୍ରଥମ ଝଲକର ଫଟୋ ଅପ୍‌ଲୋଡ଼ କରିବା ସହ ଏହା ବିଷୟରେ ବିସ୍ତାର ଭାବରେ ଜଣାଇଛନ୍ତି ।

ରେଳ ଭିତରେ କରାଯାଇଥିବା ସେଲୁନ ହେଉଛି ଏକ ଚଳନ୍ତା ଘର । କାରଣ ସେଥିରେ ଦୁଇ ବେଡ଼୍‍ରୁମ୍‌, ଶୌଚାଳୟ,ଡ଼ାଇନିଙ୍ଗ ହଲ, ରୋଷେଇ ଘରର ସୁବିଧା ରଖା ଯାଇଛି । ଏହା ସହ ଏକ ଛୋଟ ଝରକା ମଧ୍ୟ ରହିଛି, ଯାହାଦ୍ୱାରା ଯାତ୍ରୀମାନେ ବାହାରର ଦୃଶ୍ୟକୁ ଅନୁଭବ କରି ପାରିବେ । ପ୍ରଥମ ଥର ପାଇଁ ଏହି ସୁବିଧା ଭାରତୀୟ ରେଳରେ ସାଧାରଣ ଯାତ୍ରୀଙ୍କୁ ଦିଆଯାଇଛି। ପ୍ରଥମେ ଏକ ଘରୋଇ ଟୁର୍‌ ଅପରେଟିଙ୍ଗ କମ୍ପାନିର ୬ଜଣ ସଦସ୍ୟ ଏହି କୋଚରେ ଯାତ୍ରା କରିଛନ୍ତି । ୪ଦିନର ଏହି ଯାତ୍ରା ଥିବା ବେଳେ ୪ ଦିନ ପରେ ଏହି କୋଚଟି ପୁଣି ଦିଲ୍ଲୀରେ ପହଞ୍ଚିବ ବୋଲି ଜଣା ପଡ଼ିଛି । ଏହି କୋଚରେ ଯାତ୍ରା କରିବା ପାଇଁ ହେଲେ ଯାତ୍ରୀମାନଙ୍କୁ ୨ଲକ୍ଷ ଟଙ୍କା ଭଡ଼ା ଦେବାକୁ ହେବ ବୋଲି ଆଇଆର୍‌ସିଟିସି ତରଫରୁ ସୂଚନା ଦିଆଯାଇଛି । କୋଚରେ ଯାତ୍ରା କରିବା ସମୟରେ ଯାତ୍ରୀମାନଙ୍କୁ ପଞ୍ଚତାରକା ହୋଟେଲରେ ମିଳୁଥିବା ସୁବିଧା ଉପଲବ୍ଧ ହେବା ସହ ଯାତ୍ରୀମାନଙ୍କ ପାଇଁ ଜଣେ ଏସି ଆଟେଣ୍ଡାଣ୍ଟ ଏବଂ ଜଣେ ସେଲୁନ ଆଟେଣ୍ଡାଣ୍ଟଙ୍କୁ ନିୟୋଜିତ କରାଯିବ ବୋଲି ଜଣା ପଡ଼ିଛି ।

indianexpress.com

ସୂଚନା ମୁତାବକ,ପ୍ରଥମେ ଏହି ସୁବିଧା ରେଳ କର୍ମଚାରୀଙ୍କ ପାଇଁ ରଖା ଯାଇଥିଲା । ଯେଉଁ ଅଞ୍ଚଳକୁ ବିମାନ ବା ସଡ଼କ ପଥରେ ଯିବା ଅସମ୍ଭବ ଥିଲା ସେହି ଅଞ୍ଚଳକୁ ରେଳ କର୍ମଚାରୀମାନେ ଏହି କୋଚରେ ଯାତ୍ରା କରୁଥିଲେ । ଚଳିତ ବର୍ଷ ଜାନୁଆରୀରେ ଦିଲ୍ଲୀରେ ଯାତ୍ରା ଏବଂ ବ୍ୟାପାର ସଂଘ ସହିତ ରେଲେଓ୍ଵ ବୋର୍ଡ଼ର ଅଧ୍ୟକ୍ଷ ଅଶ୍ୱିନ ଲୋହାନିଙ୍କ ବୈଠକ ପରେ ସାଧାରଣ ଲୋକମାନକୁ ଏହି ସୁବିଧା ଦିଆଯିବ ବୋଲି ନିଷ୍ପତ୍ତିି ନିଆ ଯାଇଥିଲା । ଯାହାର ଶୁଭାରମ୍ଭ ଗତକାଲି ହୋଇ ସାାରିଛି ।

indianexpress.com
ସମ୍ବନ୍ଧିତ ଖବର