ମଣିଷ ପାଇଁ ବିପଦ ଆଣିବ କି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ?

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବଡ଼ ବଡ଼ ପରୀକ୍ଷଣ ବନ୍ଦ କରିବାକୁ ବିଶ୍ୱର ଅନେକ ବଡ଼ ବଡ଼ ବ୍ୟକ୍ତି ଏକ ଖୋଲା ଚିଠିରେ ସ୍ୱାକ୍ଷର କରିଛନ୍ତି । ଏହା ମାନବିକତା ଓ ସମାଜ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି ବୋଲି କୁହାଯାଉଛି। ଏହାର ବ୍ୟବହାରରେ ସତର୍କତା ଅବଲମ୍ବନ କରାଯାଉନାହିଁ ବୋଲି କୁହାଯାଉଛି। ଏହାର ବଢୁଥିବା ବ୍ୟବହାର ଯୋଗୁଁ ସମାଜ ଓ ମାନବିକତା ପ୍ରତି ବିପଦ ବଢିବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା, ତେଣୁ ଏହାକୁ ସତର୍କତାର ସହ ବ୍ୟବହାର କରାଯିବା ଜରୁରୀ । କିନ୍ତୁ ତାହା ହେଉନାହିଁ। ଏବେ ଏହି ପ୍ରତିଯୋଗିତା ଏପରି ସ୍ତରରେ ପହଂଚିଛି ଯାହା ବିଷୟରେ କେହି ଭାବି ପାରିବେ ନାହିଁ । ସବୁଠାରୁ ବଡ କଥା ହେଉଛି ଏଆଇ ଏତେ ବିକଶିତ ହେଉଛି ଯେ ଏହାର ନିର୍ମାତା ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହଁନ୍ତି ।

ତେବେ କାହିଁକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଏସବୁ ଆଶଙ୍କା ?

ପ୍ରସିଦ୍ଧ ହଲିଉଡ ଫିଲ୍ମ ଟର୍ମିନେଟରରେ ମେସିନମାନେ ମଣିଷ ଜାତି ଉପରେ ଆକ୍ରମଣ କରୁଥିବା ଦେଖାଯାଉଛି । କିନ୍ତୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆସିବା ପରେ ଏହି ଚଳଚ୍ଚିତ୍ରର କାହାଣୀ ସତ ହେବାକୁ ଯାଉଛି । କାରଣ ମେସିନମାନେ ଏବେ ମଣିଷର ନିର୍ଦ୍ଦେଶକୁ ଅପେକ୍ଷା ନ କରି ସ୍ବାଧୀନ ହୋଇଯିବେ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ପ୍ରସ୍ତୁତ ରୋବୋଟ୍ ଆମଠାରୁ ସ୍ୱାଧୀନ ହେବ ଏବଂ ସେମାନେ ଆମକୁ କ୍ଷତି ପହଞ୍ଚାଇପାରିବେ। ଯଦି ଏହି ରୋବୋଟ୍ ଗୁଡ଼ିକ ଆମ ର ବିନା ଅନୁମତିରେ ସ୍ୱାଧୀନ ଭାବରେ କାମ କରିବା ଆରମ୍ଭ କରନ୍ତି, ତେବେ ତାହା ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ଆଉ ଗୋଟିଏ ସମ୍ଭାବ୍ୟ ବିପଦ ହେଉଛି ଏଆଇ ଅତ୍ୟଧିକ ଶକ୍ତିଶାଳୀ ହୋଇଯିବ ଏବଂ ଏହାକୁ ଭୁଲ ଭାବରେ ବ୍ୟବହାର କରାଯାଇ ମାନବ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ପୁଣି ଏହାକୁ ବ୍ୟବହାର କରି ଦୁଷ୍ଟ ଦେଶମାନେ ନୂଆ ନୂଆ ଅସ୍ତ୍ର ଓ ଭାଇରସ ପ୍ରସ୍ତୁତ କରିପାରନ୍ତି ।

ସମ୍ବନ୍ଧିତ ଖବର