ବାଗ୍‌ଦାଦୀ ପାଖରେ ପହଞ୍ଚିବା ପାଇଁ ସେନାକୁ ସାହାଯ୍ୟ କରିଥିଲା ତା’ର ଜଣେ ବିଶ୍ୱସ୍ତ ସହଯୋଗୀ, ୨୦୧୮ରୁ ଆରମ୍ଭ ହୋଇଥିଲା ଯୋଜନା

ନୂଆଦିଲ୍ଲୀ : ଅନେକ ବର୍ଷର ଉଦ୍ୟମ ପରେ ରବିବାର ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ଅବଦୁଲ୍ଲା ବାଗଦାଦୀକୁ ହତ୍ୟା କରିବାରେ ସଫଳ ହୋଇଛି ଆମେରିକୀ ସେନା । ଆମେରିକା ସେନା ପକ୍ଷରୁ କରାଯାଇଥିବା ମିଳିତ ଅପରେସନରେ ବାଗଦାଦୀ ସହ ତା’ର ଦୁଇ ପତ୍ନୀ ଓ ୩ସନ୍ତାନ ମୃତ୍ୟୁବରଣ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କହିଥିଲେ । ଏବେ ବାଗ୍‌ଦାଦୀ ପାଖରେ ପହଞ୍ଚିବା ପାଇଁ ଆମେରିକୀୟ ସେନାକୁ ତା’ର ଜଣେ ବିଶ୍ୱସ୍ତ ସହଯୋଗୀ ସାହାଯ୍ୟ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ୨୦୧୮ରେ ଇସ୍‌ଲାମିକ୍‌ ଷ୍ଟେଟ୍‌ର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟକୁ ଇରାକୀ ସୁରକ୍ଷା ଅଧିକାରୀ ଗିରଫ କରିଥିଲେ । ସେ ବାଗ୍‌ଦାଦୀର ଅତି ନିକଟତର ଥିବା ସହ ସମସ୍ତ ସୂଚନା ତା’ ପାଖରେ ରହୁଥିଲା । ଗିରଫ ପରେ ବାଗ୍‌ଦାଦୀ କିଭଳି ଏତେ ବର୍ଷ ଧରି ସେନା ଆଖିରେ ଧୂଳି ଦେଇ ଖସି ଆସୁଥିଲା, ତାହା ସେ ସୁରକ୍ଷାକର୍ମୀଙ୍କୁ ଜଣାଇଥିଲା । ଗିରଫ ହୋଇଥିବା ଆତଙ୍କବାଦୀର ନାଁ ଇସ୍‌ମାଇଲ ଅଲ୍‌-ଇଥ୍‌ବୀ ଥିବା ବେଳେ ସେ ଦେଇଥିବା ସୂଚନା ଆଧାରରେ ଏବେ ବାଗ୍‌ଦାଦୀକୁ ହତ୍ୟା କରାଯାଇ ପାରିଥିବା କୁହାଯାଉଛି ।

Image result for isis-chief-baghdadi-aide-was-key-to-his-capture"
Global News

ବାଗ୍‌ଦାବୀ ଗିରଫ ଏଡାଇବା ପାଇଁ ସବୁବେଳେ ପରିବା ବୋଝେଇ ମିନିବସ୍‌ରେ ଆକ୍ରମଣର ଯୋଜନା କରିଥାଏ । ଇଥ୍‌ବୀକୁ ମିଶାଇ ୫ଜଣଙ୍କ ସହ ବାଗ୍‌ଦାବୀ ସିରିଆ ଓ ଅନ୍ୟ ସ୍ଥାନରେ ଆକ୍ରମଣର ଯୋଜନା ବନାଇଥାଏ ବୋଲି ସୁରକ୍ଷା ଅଧିକାରୀଙ୍କୁ ଇସ୍‌ମାଇଲ ସୂଚନା ଦେଇଥିଲା । ବୈଠକର ସ୍ଥାନ ବିଷୟରେ ଜାଣିବା ପରେ ଇରାକୀ ସୁରକ୍ଷା ଅଧିକାରୀଙ୍କୁ ବାଗ୍‌ଦାଦୀ ପାଖରେ ପହଞ୍ଚିବା ସହଜ ହୋଇ ଯାଇଥିଲା । ବର୍ଷକ ମଧ୍ୟରେ ପାଇଥିବା ସୂଚନାକୁ ଆଧାର କରି ସେନା ବାଗ୍‌ଦାଦି ପାଖରେ ପହଞ୍ଚିବା ସହ ତାକୁ ନିହତ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର