ମହାକାଶକୁ ପ୍ରେରଣ ହେଲା ଦୁଇ ସାଟେଲାଇଟ୍

ଶ୍ରୀହରିକୋଟା : ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଜି ରାତି ୧୧ଟା ୩୭ ମିନିଟରେ ଦୁଇଟି ସାଟେଲାଇଟ ମହାକାଶକୁ ପ୍ରେରଣ କରାଯାଇଛି। ପିଏସଏଲଭି ସି୪୪ ମାଧ୍ୟମରେ ଏହି ସାଟେଲାଇଟ ଦୁଇଟିକୁ ଛଡ଼ାଯାଇଛି। ଏଥିରୁ ଗୋଟିଏ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂଗଠନ (ଡିଆରଡିଓ) ପକ୍ଷରୁ ପ୍ରସ୍ତୁତ ମିଲିଟାରି ଆପ୍ଲିକେସନ ସାଟେଲାଇଟ୍ ମାଇକ୍ରୋସାଟ୍-ଆର୍ ହୋଇଥିବାବେଳେ ଅନ୍ୟଟି ଚେନ୍ନାଇସ୍ଥିତ ଛାତ୍ରମାନଙ୍କ ଦ୍ବାରା ପ୍ରସ୍ତୁତ ସାଟେଲାଇଟ୍ କଲାମସାଟ୍। ୭୪୦ ‌କିଗ୍ରା ବିଶିଷ୍ଟ ମାଇକ୍ରୋସାଟ୍-ଆର୍‌କୁ ଭୂପୃଷ୍ଠଠାରୁ ୨୭୪ କିମି ଦୂର କକ୍ଷପଥରେ ପହଂଚିବା ପାଇଁ ୧୩ ମିନିଟ ୩୦ ସେକେଣ୍ଡ ସମୟ ଲାଗିଥିଲା। ତେବେ କଲାମସାଟକୁ କକ୍ଷପଥରେ ପହଞ୍ଚିବା ଲାଗି ପ୍ରାୟ ୯୦ ମିନିଟ ସମୟ ଲାଗିବ ବୋଲି କୁହାଯାଇଛି। ତେବେ ଏ ନେଇ ବିସ୍ତୃତ ସୂଚନା ଇସ୍ରୋ ପକ୍ଷରୁ ଦିଆଯାଇନାହିଁ।

ସମ୍ବନ୍ଧିତ ଖବର