ସଂଭୋଗ ବେଳେ ମାସ୍କ ପିନ୍ଧିବା ଜରୁରୀ, ହାର୍ଭାର୍ଡ ଗବେଷକଙ୍କ ପରାମର୍ଶ

ନୂଆଦିଲ୍ଲୀ: ମହାମାରୀ କୋଭିଡ୍–୧୯ର ଉପଦ୍ରବ ସାରା ବିଶ୍ବକୁ କବଳିତ କରି ରଖିବା ଅବସରରେ ଯୌନ ସମ୍ପର୍କକୁ ନେଇ ନାନା କଥା ଶୁଣିବାକୁ ମିଳିଛିା ବିଶେଷ କରି କରୋନାଭୂତାଣୁର ସଂକ୍ରମଣକୁ ଦୂରେଇଦେବା ଲାଗି ସାମାଜିକ ଦୂରତ୍ବ ପ୍ରତି ଗୁରୁତ୍ବ ଦିଆଯାଉଥିବା ବେଳେ ନିଜର ସାଥୀ ସହ କିପରି ଯୌନସୁଖ ଲାଭ କରିହେବ ତାହା ହିଁ ଏକ ଅସମାହିତ ପ୍ରଶ୍ନ ହୋଇ ଉଭା ହୋଇଛିା ତେବେ ଏ ପରିପ୍ରେକ୍ଷୀରେ ହାଭାର୍ଡ ବିଶ୍ବବିଦ୍ୟାଳୟର ଗବେଷକଙ୍କ ପରାମର୍ଶ ରୋଚକ ଚର୍ଚ୍ଚାର ବିଷୟ ପାଲଟିଛିା ଜଣକ ପାଇଁ ଯୌନ ନିବିଡ଼ତା ଗୁରୁତ୍ବପୂର୍ଣ୍ଣ ହୋଇପାରେ, ମାତ୍ର ସେଥିପାଇଁ ନିଜ ଜୀବନକୁ ବାଜି ଲଗାଇବା ଆଦୌ ବୁଦ୍ଧିମାନର କାମ ନୁହେଁ ବୋଲି ସେମାନେ କହିଛନ୍ତିା ସୁତରାଂ କରୋନାଭୂତାଣୁ ସାର୍ସ–କୋଭ୍–୨ ସଂକ୍ରମଣରୁ ଦୂରେଇ ରଖିବା ଲାଗି ସଂଭୋଗ ବେଳେ ମାସ୍କ ପିନ୍ଧିବାକୁ ଏହି ଗବେଷକମାନେ ପରାମର୍ଶ କରିଛନ୍ତିା ଆନ୍ନାଲ୍ସ ଅଫ୍ ଇଣ୍ଟରନାଲ୍ ମେଡିସିନ୍ ନାମକ ପତ୍ରିକାରେ ପ୍ରକାଶିତ ଏହି ଗବେଷଣାର ବିବରଣୀ ଅନୁଯାୟୀ, ଜଣେ କରୋନା ସଂକ୍ରମିତର ନାକ ଓ ପାଟିରୁ ନିର୍ଗତ ଜଳକଣା ଦ୍ବାରା ହିଁ ସଂକ୍ରମଣ ବ୍ୟାପିଥାଏା

ଆଖପାଖରେ କେହି ସଂକ୍ରମିତ ଯଦି ଛିଙ୍କିଦିଏ, କିମ୍ବା ତାହାର ଲାଳ ସଂସ୍ପର୍ଶରେ ଜଣେ ସୁସ୍ଥ ବ୍ୟକ୍ତି ଆସିଯାଏ, ତେବେ ସଂକ୍ରମଣ ଆଶଙ୍କା ଅଧିକ ରହିଛିା ଅପରପକ୍ଷେ, ସମ୍ପ୍ରତି ଅନେକ ସଂକ୍ରମିତଙ୍କ ଠାରେ କୋଭିଡ୍‌ର କୌଣସି ଲକ୍ଷଣ ଦେଖାଯାଉନଥିବାରୁ ନିଜର ଯୌନସାଥୀ ଜଣକ କରୋନାଭୂତାଣୁ ଦ୍ବାରା ସଂକ୍ରମିତ କି ନୁହେଁ ତାହା ଜାଣିବା କଷ୍ଟକରା ତେଣୁ ସ୍ବାଭାବିକ ଭାବେ ଯୌନକ୍ରିୟା କଲେ ସଂକ୍ରମଣର ଆଶଙ୍କା ଯଥେଷ୍ଟ ରହିଛିା ସେହିପରି ଜଣେ ଅପରିଚିତ ସହ ଯୌନସମ୍ପର୍କ ସ୍ଥାପନ କଲେ ସଂକ୍ରମଣ ଆଶଙ୍କା ଦୁଇଗୁଣ ଅଧିକ ହୋଇଥାଏା ସୁତରାଂ ସେଭଳି ଆଶଙ୍କାରୁ ନିଜକୁ ମୁକ୍ତ ରଖିବା ପାଇଁ କୌଣସି ଅପରିଚିତ ସହ ଯୌନସମ୍ପର୍କରୁ ବିରତ ରହିବା ସହ ଯୌନକ୍ରିୟା ବେଳେ ଉଭୟ ମାସ୍କ ପିନ୍ଧିବା ଜରୁରୀ ବୋଲି ଗବେଷକମାନେ ଗୁରୁତ୍ବ ଦେଇଛନ୍ତିା

ସମ୍ବନ୍ଧିତ ଖବର