୭୫ଟି ପୌରସଂସ୍ଥା ମଧ୍ୟରୁ ୭୪ଟି ପୌରସଂସ୍ଥାରେ ଐତିହାସିକ ବିଜୟ ହାସଲ କରିଛି ୱାଇଏସଆର କଂଗ୍ରେସ ପାର୍ଟି

ଅମରାବତୀ: ଆନ୍ଧ୍ରପ୍ରଦେଶରେ ହୋଇଥିବା ପୌର ନିିର୍ବାଚନରେ ୱାଇଏସଆର କଂଗ୍ରେସ ପାର୍ଟି (ୱାଇଏସଆରସିପି) ଆଜି ଏକ ଐତିହାସିକ ବିଜୟ ହାସଲ କରିଛି। ୭୫ଟି ପୌରସଂସ୍ଥା ମଧ୍ୟରୁ ୭୪ଟି ପୌରସଂସ୍ଥାରେ ବିଜୟ ହାସଲ କରିଛି ୱାଇଏସଆରସିପି। ଏହି ବିଜୟ ପରେ ୱାଇଏସଆରସିପି ଏହା ସୂଚାଇ ଦେଇଛି ଯେ ଏହା ସମସ୍ତ ୧୨ଟି ନିଗମରେ ଜିତିପାରେ। ୱାଇଏସଆରସିପିର ପ୍ରାର୍ଥୀମାନେ ଅନନ୍ତପୁର, କାଦାପା, କୁର୍ନୁଲ, ଚିତ୍ତୋର, ତିରୁପତି, ଓଙ୍ଗୋଲ ଏବଂ ଗୁଣ୍ଟୁର ନିଗମରେ ବିଜୟ ହାସଲ କରିଛନ୍ତି। ବିଜୟୱାଡା ଏବଂ ବିଶାଖାପାଟନମ୍ ନିଗମରେ ଗଣନା ଜାରି ରହିଛି, ଯେଉଁଠାରେ ୱାଇଏସଆରସିପି ଆଗରେ ରହିଛି।

Jagan Reddy's YSR Congress Sweeps Andhra Pradesh Local Body Polls
NDTV.com

୧୨ଟି ନିଗମ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ଯୋଗୁଁ ଏଲୁରୁ ନିଗମରେ ଗଣନା ବିଚାରାଧୀନ ରହିଛି। ୱାଇଏସଆରସିପି ଶାସନର ଦୁଇ ବର୍ଷ ପରେ ଏହି ନିର୍ବାଚନ ମାଚର୍ଚ୍ଚ ୧୦ରେ ଅନୁଷ୍ଠିତ ହୋଇଥିଲା। ମୋଟାମୋଟି ଭାବେ, ମାର୍ଚ୍ଚ ୧୦ରେ ୧୨ଟି ନିଗମ ଏବଂ ୭୫ମ୍ୟୁନିସିପାଲିଟି ଏବଂ ନଗର ପଞ୍ଚାୟତିରାଜ ମତଦାନକୁ ଓହ୍ଲାଇଥିଲେ। ପୌରସଂସ୍ଥା ଏବଂ ନଗର ପଞ୍ଚାୟତରେ ୪୯୦ଟି ୱାର୍ଡ ସର୍ବସମ୍ମତି କ୍ରମେ ସଦସ୍ୟ ଚୟନ କରିଥିଲେ। ବୁଧବାର ହୋଇଥିବା ମତଦାନ ହୋଇଥିବା ୬୫ପ୍ରତିିଶତ ଲୋକେ ମତଦାନ କରିଥିଲେ।

ସମ୍ବନ୍ଧିତ ଖବର