ଶିମିଳିପାଳ ସମେତ ରାଜ୍ୟରେ ଜଙ୍ଗଲ ନିଆଁ ଏବେ ସମ୍ପୂର୍ଣ୍ଣ ଆୟତ୍ତାଧୀନ

ଭୁବନେଶ୍ବର: ଶିମିଳିପାଳ ସମେତ ରାଜ୍ୟରେ ଜଙ୍ଗଲ ନିଆଁ ଏବେ ସମ୍ପୂର୍ଣ୍ଣ ଆୟତ୍ତାଧୀନରେ ରହିଛି।  ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କ୍ରମାଗତ ଅଗ୍ନି ଦୃଷ୍ଟିଗୋଚର ହୋଇନାହିଁ । ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ତୁରନ୍ତ ପଦକ୍ଷେପ ଯୋଗୁଁ ଜଙ୍ଗଲ ନିଆଁକୁ ଆୟତ୍ତାଧୀନ କରାଯାଇ ପାରିଛି ବୋଲି ଆଜି ଫରେଷ୍ଟ ଟାସ୍କ ଫୋର୍ସ ରିପୋର୍ଟ ଦେଇଛି ।

 

ଅଗ୍ନିଶମ ଅଧିକାରୀଙ୍କ ସହ ୨୫ ଜଣ ସଦସ୍ୟ ଥିବା ୮ଟି ଓଡ୍ରାଫ୍ ଦଳ ଜଙ୍ଗଲ କର୍ମଚାରୀଙ୍କ ସହିତ ଜଙ୍ଗଲ ଲିଭାଇବାରେ ସକ୍ରିୟ ଅଛନ୍ତି । ଏଥିସହ କେନ୍ଦ୍ରରୁ ଆସିଥିବା ଦଳ  ଶିମିଳିପାଳ ଏବଂ କୁଲଡିହା ଅଭୟାରଣ୍ୟ ପରିଦର୍ଶନ ପରେ ଆଜି ସ୍ଥାନୀୟ ବନକ୍ଷେତ୍ର ଅଧିକାରୀଙ୍କ ସହ ଚନ୍ଦକା ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି । ଏବଂ ସୋମବାର ଦିନ ସରକାରଙ୍କ ସହ ଏହି ବିଷୟରେ ଦଳ ଆଲୋଚନା କରିବ ।

ସମ୍ବନ୍ଧିତ ଖବର