ଭୂସ୍ଖଳନରେ ଫସି ରହିଥିବା ବ୍ୟକ୍ତିଙ୍କୁ ସିଆରପିଏଫ୍‌ କୁକୁର ଏପରି ବଞ୍ଚାଇଲା: ଭିଡିଓ ଦେଖନ୍ତୁ

ଶ୍ରୀନଗର: ଜମ୍ମୁ- ଶ୍ରୀନଗର ଜାତୀୟ ରାଜପଥ ନିକଟରେ ଭୂସ୍ଖଳନରେ ଫସି ରହିଥିବା ଜଣେ ବ୍ୟକ୍ତିଙ୍କୁ ସିଆରପିଏଫ୍‌ କୁକୁର ବଞ୍ଚାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ମଙ୍ଗଳବାର ରାତିରେ ଜମ୍ମୁ-ଶ୍ରୀନଗର ରାଜପଥ ନିକଟରେ ଭୂସ୍ଖଳନ ହୋଇଥିଲା। ଏହାପରେ ସିଆରପିଏଫ ଓ ସ୍ଥାନୀୟ ଏଜେନ୍‌ସି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ଏହି କ୍ରମରେ ସିଆରପିଏଫ୍‌ଙ୍କ କୁକୁର ମାଟି ଭିତରେ ଦବି ରହିଥିବା ଜଣେ ବ୍ୟକ୍ତିକୁ ଦେଖିବାକୁ ପାଇଥିଲା, ଏହାପରେ ଯବାନମାନେ ସଙ୍ଗେସଙ୍ଗେ ରେସକ୍ୟୁ ଅପରେସନ୍‌ ଚଳାଇଥିଲେ। ଏବଂ ଉକ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲେ ।

 

ବ୍ୟକ୍ତି ଜଣକ ଜୀବନ ବଞ୍ଚାଇବା ପଛରେ ସିଆରପିଏଫ୍‌ଙ୍କ କୁକୁର ଏଜାକସିର ଭୂମିକା ରହିଛି। ଏଜାକସି ସୁଙ୍ଘି ମାଟି ଭିତର ଫସି ରହିଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରିଥିଲା। ସେନାରେ କୁକୁର ସ୍କ୍ଵାର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ଓ ଅନେକ ସମୟରେ ଏମିତି ଘଟଣା ସାମ୍ନା ଆସିଥାଏ କି କୁକୁରମାନଙ୍କ ସାହାଯ୍ୟରୁ ଅନେକ ଲୋକଙ୍କ ଜୀବନ ବଞ୍ଚି ପାରି ଥାଏ।

ଜମ୍ମୁ-କଶ୍ମୀରରେ ମଙ୍ଗଳବାର ପାଗ ଖରାପ ରହିଥିଲା। ବୁଧବାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଏହି କାରଣରୁ ଭୂସ୍ଖଳନ ହୋଇଥିଲା। ରାମବନ ନିକଟରେ ବୁଧବାର ସକାଳେ ପାହାଡରୁ ବଡ଼ବଡ଼ ପଥର ବି ଖସିବାକୁ ଲାଗିଥିଲା। ଯେଉଁ କାରଣରୁ ରାଜପଥରେ ଯାତାୟାତକୁ ଅଟକାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର