ଜାପାନ୍‌ରେ ୬.୧ ତୀବ୍ରତାର ଭୂକମ୍ପ

ଟୋକିଓ : ପଶ୍ଚିମ ଜାପାନ୍‌ର ଓସାକାରେ ଆଜି ୬.୧ ତୀବ୍ରତାର ଭୂକମ୍ପ ଆତଙ୍କ ଖେଳାଇ ଦେଇଛି। ଭୂକମ୍ପ ଯୋଗୁଁ ବହୁ ଘରଦ୍ୱାର ଭାଙ୍ଗି ଯିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଘଟଣାରେ ୩ ଜଣଙ୍କ ପ୍ରାଣହାନି ହୋଇଥିବାବେଳେ ୩୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଓସାକାର ଉତ୍ତରରେ ପାଖାପାଖି ୮ ମାଇଲ ଗଭୀରତାରେ ଭୂକମ୍ପର କେନ୍ଦ୍ରବିନ୍ଦୁ ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର