କଂଗ୍ରେସ ଗଲେ ଯଶବନ୍ତଙ୍କ ପୁଅ

ନୂଆଦିଲ୍ଲୀ : ପୂର୍ବ ବରିଷ୍ଠ ବିଜେପି ନେତା ଯଶବନ୍ତ ସିଂହଙ୍କ ପୁଅ ତଥା ରାଜସ୍ଥାନର ପୂର୍ବତନ ବିଜେପି ବିଧାୟକ ମାନବେନ୍ଦ୍ର ସିଂହ ଆଜି କଂଗ୍ରେସରେ ଯୋଗଦେଇଛନ୍ତି। ମାନବେନ୍ଦ୍ର ସେପ୍ଟେମ୍ବର ୨୨ରେ ଏକ ରୢାଲିରେ ବିଜେପି ପ୍ରତି ତାଙ୍କ ଅସନ୍ତୋଷ ଜାହିର କରିବା ପରେ ଦଳ ଛାଡ଼ି ଦେଇଥିଲେ। ତେବେ ଆଜି ମାନବେନ୍ଦ୍ର କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ୫୪ ବର୍ଷୀୟ ମାନବେନ୍ଦ୍ର ବାରମେର୍‌ର ସିଓ ନିର୍ବାଚନ ମଣ୍ଡଳୀରୁ ୨୦୧୩‌ରେ ଜଣେ ବିଜେପି ପ୍ରାର୍ଥୀ ଭାବେ ନିର୍ବ‌ାଚନ ଜିତିଥିଲେ। ସେହିଭଳି ପୂର୍ବତନ ମହାରାଷ୍ଟ୍ର ବିଜେପି ବିଧାୟକ ଆଶିଷ ଦେଶମୁଖ ମଧ୍ୟ କଂଗ୍ରେସରେ ଯୋଗଦେଇଛନ୍ତି।

ସମ୍ବନ୍ଧିତ ଖବର