ମାଟ୍ରିକ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀଙ୍କୁ ୩ଲକ୍ଷ ଟଙ୍କା ସମେତ ମିଳିଛି ଲାପଟପ ଓ ମୋବାଇଲ

ନୂଆଦିଲ୍ଲୀ: ରାଜ୍ୟ ସରକାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଦିଗରେ ପ୍ରୋତ୍ସାହିତ କରିବା ପାଇଁ ଏକ ପୁରସ୍କାର ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଆଧାରରେ ୧୦ମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଟପ ୩ ରାଙ୍କରେ ଆସିଥିବା ଛାତ୍ରଛାତ୍ରୀଙ୍କୁ ନଗଦ ୩ଲକ୍ଷ ଟଙ୍କା ପୁରସ୍କାର ସମେତ ଗୋଟିଏ ଲାପଟପ ଓ ଫୋନ ବି ପ୍ରଦାନ କରାଯାଇଛି ବୋଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି।

ଏଥିସହିତ ବିହାର, ଉତ୍ତରପ୍ରଦେଶ ତଥା ଦେଶର କୌଣସି ଦିଗରୁ ଆସିଥିବା ଛାତ୍ରଛାତ୍ରୀ ଝାଡଖଣ୍ଡର ଯେକୌଣସି ସ୍କୁଲରେ ପାଠପଢ଼ି ଟପ କଲେ ତାଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ପୁରସ୍କୃତ କରାଯିବ। ସରକାର ବୋର୍ଡ ପରୀକ୍ଷା ପରେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ପ୍ରାରମ୍ଭିକ ସମୟରେ ହେଉଥିବା ଖର୍ଚ୍ଚକୁ କମ କରିବା ପାଇଁ ଏହି ଯୋଜନାର ଆରମ୍ଭ କରିଛନ୍ତି।

ଏହି ଅବସରରେ ଝାଡଖଣ୍ଡ ଏକାଡେମି କାଉନସିଲ (ଜେଏସି), କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଓ କାଉନସିଲ ଫର ଦ ଇଣ୍ଡିଅନ ସ୍କୁଲ ସାର୍ଟିଫିକେଟ ଏଗଜାମିନେସନ (ସିଆଇଏସସିଇ) ଦ୍ବାରା ଆୟୋଜିତ ବୋର୍ଡ ପରୀକ୍ଷାରେ ୬୮ ରାଙ୍କ ହୋଲଡର୍ସଙ୍କ ବ୍ୟତୀତ ଝାଡଖଣ୍ଡ ଅଲିମ୍ପିଆଡ ଟପ୍ପରଙ୍କୁ ପୁରସ୍କୃତ କରାଯାଇଛି। ଟପ୍ପରଙ୍କ ମଧ୍ୟରେ ୧.୩୨ କୋଟି ଟଙ୍କା ସମେତ ଲାପଟପ ଓ ମୋବାଇଲ ଫୋନ ବିତରଣ କରାଯାଇଛି। ଏହି ଯୋଜନାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର