ଇର୍‌ପିନରେ ଜଷ୍ଟିନ୍‌ ଟ୍ରୁଡ଼ୋ

କିବ୍‌ : କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଆଜି ଅଚାନକ ୟୁକ୍ରେନ୍‌ ଗସ୍ତରେ ଆସି ଇର୍‌ପିନ ସହରରେ ପହଞ୍ଚିଛନ୍ତି। ଏହି ସହରକୁ ରୁଷ୍‌ ସେନା କିଛି ଦିନ ପାଇଁ ନିଜ ନିୟନ୍ତ୍ରଣରେ ରଖିଥିଲା। ରୁଷ୍‌ର ବିଜୟ ଦିବସ ପୂର୍ବରୁ କଡ଼ା ବାର୍ତ୍ତା ଦେବାପାଇଁ ନାଟୋ ରାଷ୍ଟ୍ରମାନେ ପ୍ରୟାସ କରୁଥିବା ବେଳେ ଏହି କ୍ରମରେ ଟ୍ରୁଡ଼ୋ ଇର୍‌ପିନ୍‌ ପହଞ୍ଚିଥିବା କୁହାଯାଉଛି। କାନାଡ଼ା ୟୁକ୍ରେନ୍‌କୁ ସାମରିକ ଓ ମାନବୀୟ ସହାୟତା ଯୋଗାଇବ ବୋଲି ଘୋଷଣା କରିସାରିଛି ।

ସମ୍ବନ୍ଧିତ ଖବର