ତୃଣମୂଳ କଂଗ୍ରେସରେ ଜାରି ରହିଛି ଇସ୍ତଫା ପର୍ବ, ଏବେ ଇସ୍ତଫା ଦେଲେ ଏହି ନେତା

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ଝଟକା ପରେ ଝଟକା ଲାଗିଛି | ଆଜି ସକାଳେ ବାରାକପୁରର ବିଧାୟକ ଶୀଳଭଦ୍ର ଦତ୍ତ ଦଳ ଛାଡିବାକୁ ଘୋଷଣା କରିଥିବାବେଳେ ଅପରାହ୍ନରେ ତୃଣମୂଳ କଂଗ୍ରେସର ସଂଖ୍ୟାଲଘୁ ମହାସଚିବ କବିରୂଲ ଇସଲାମ ମଧ୍ୟ ଇସ୍ତଫା ଦେଇଛନ୍ତି | ଆଉ କବିରୂଲ ନିଜର ଇସ୍ତଫା ଦେବା ପଛର କାରଣ ବାବଦରେ ଉଲ୍ଲେଖ କରିନଥିଲେ ବି ସଂଖ୍ୟାଲଘୁ ଭୋଟ ପାଇବାରେ ତୃଣମୂଳ କଂଗ୍ରେସକୁ କଷ୍ଟକର ହେବ ବୋଲି ଚର୍ଚ୍ଚା ଚାଲିଛି |

ଆଜି ସକାଳେ ଉତ୍ତର ୨୪ ପ୍ରଗଣାର ବାରାକପୁର ନିର୍ବାଚନ ମଣ୍ଡଳୀର ତୃଣମୂଳ କଂଗ୍ରେସର ବିଧାୟକ ଶୀଳଭଦ୍ର ଦତ୍ତ ନିଜର ଇସ୍ତଫା ପତ୍ର ପାର୍ଟି ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଖକୁ ପଠାଇଦେଇଥିଲେ | ଶୀଳଭଦ୍ରଙ୍କୁ ମିଶାଇ କ୍ରମାଗତ ଦୁଇ ଦିନ ମଧ୍ୟରେ ତୃଣମୂଳ କଂଗ୍ରେସର ୩ ଜଣ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି |

ଉଲ୍ଲେଖନୀୟ କଥା ହେଉଛି, ଶୀଳଭଦ୍ର ଦତ୍ତ ପ୍ରଶାନ୍ତ କିଶୋରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପିକେ(ପ୍ରଶାନ୍ତ କିଶୋର)ଙ୍କ କାମ କରିବାର ଢଙ୍ଗକୁ ଶୀଳଭଦ୍ର ମାର୍କେଟିଂ କମ୍ପାନୀ ବୋଲି କହିଥିଲେ | ଏହା ସହ ଏଭଳି ପରିବେଶରେ କାର୍ଯ୍ୟ କରାଯାଇପାରିବ ନାହିଁ ବୋଲି ସେ ଶୁଣାଇଦେଇଥିଲେ |

ସମ୍ବନ୍ଧିତ ଖବର