‘ବାବା କା ଢ଼ାବା ମାଲିକ’ କାନ୍ତା କଲେ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ରହୁଥିବା କାନ୍ତା ପ୍ରସାଦ ଗତ ଗୁରୁବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀର ଅବସ୍ଥା ଏବେ ଭଲ ନଥିବା କାନ୍ତା ପ୍ରସାଦଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ପୁଲିସ ଘଟଣାର ଯାଞ୍ଚ କରୁଛି।

କରୋନା କାଳରେ ଏକ ଢାବାକୁ ନେଇ କାନ୍ତା ପ୍ରସାଦଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ । ଏହାପରେ ଲୋକେ ତାଙ୍କୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଥିଲେ। ଏହାପରେ କାନ୍ତା ପ୍ରସାଦଙ୍କର ଆର୍ଥିକ ଅବସ୍ଥା ସୁଧିରି ଯାଇଥିଲା।

kanta prasad suicide attempt: Baba Ka Dhaba : बाबा के ढाबा वाले बुजुर्ग कांता प्रसाद ने की खुदकुशी की कोशिश, हालत नाजुक - baba ka dhaba fame kanta prasad attempted suicide | Navbharat Times

ଲୋକଙ୍କ ସାହାଯ୍ୟ ଟଙ୍କାରେ କାନ୍ତା ପ୍ରସାଦ ଏକ ରେସ୍ତୁରାଁ  ଖୋଲିଥିଲେ । ମାତ୍ର ସେହି ରେସ୍ତୁରାଁଟି ୪ ମାସ ପୂର୍ବରୁ ବନ୍ଦ ହୋଇଯାଇଥିଲା । ଏହି କାରଣରୁ ସେ ପୁଣି ତାଙ୍କ ଢାବାକୁ ଫେରି ଆସିଥିଲେ । ଗତ ରାତିରେ ସେ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତେବେ ସେ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ପୁଲିସ ଯାଞ୍ଚ ପରେ ହିଁ ଜଣାପଡ଼ିବ।

ସମ୍ବନ୍ଧିତ ଖବର