କର୍ଣ୍ଣାଟକ: ମୋଦୀଙ୍କ ରାଲିରେ ସୁରକ୍ଷା ଭଙ୍ଗ ପୁଲିସର ଅସ୍ବୀକାର

ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଦିନ କର୍ଣ୍ଣାଟକର ଦାବନଗେରେରେ ଏକ ନିର୍ବାଚନ ରୢାଲି କରିଥିବାବେଳେ ଏହି ସମୟରେ ତାଙ୍କ ସୁରକ୍ଷା ଭଙ୍ଗ ହୋଇଥିଲା। ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ଆଡ଼କୁ ଦୌଡ଼ି ଦୌଡ଼ି ଆସୁଥିବାବେଳେ ତାଙ୍କୁ ପୁଲିସ ଠିକ୍‌ ସମୟରେ ଅଟକାଇ ଦେଇଥିଲା। ମୋଦୀ ଶନିବାର ଦିନ ଜାତୀୟ ଯୁବ ଉତ୍ସବର ୨୬ତମ ସଂସ୍କରଣର ଉଦ୍‌ଘାଟନ ପାଇଁ ଧାରୱଡ଼ ରେଳବାଇ ଖେଳ ପଡ଼ିଆକୁ ଯାଉଥିବାବେଳେ ଏହି ଘଟଣା ଘଟିଥିଲା।

Times of India

ତେବେ ସୁରକ୍ଷାରେ ତ୍ରୁଟି ଖବରକୁ ପୁଲିସ ଖଣ୍ଡନ କରିଛି। ଖ‌ଯୋଗ୍ୟ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପ ଦିନ ବାକିଥିବାବେଳେ ମୋଦୀ କର୍ଣ୍ଣାଟକରେ ଆଜି ସପ୍ତମ ରୢାଲି କରିଛନ୍ତି। ମୋଦୀ ଦା‌ବନଗେରେରେ ଏକ ବିଶାଳ ରୢାଲି କରିଛନ୍ତି। ପ୍ରାୟ ୧୦ ଲକ୍ଷ ଲୋକ ଏହି ରୢାଲିରେ ଯୋଗ ଦେଇଛନ୍ତି। ମୋଦୀ ଆଜି ଚିକ୍କବଲ୍ଲାପୁର, ବେଙ୍ଗାଲୁରୁ ଏବଂ ଦାବନଗେରେରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଚିକ୍କବଲ୍ଲାପୁରରେ ମୋଦୀ ଶ୍ରୀ ମଧୁସୁଦନ ସାଇ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ଅନୁଷ୍ଠାନର ଉଦ୍‌ଘାଟନ କରିଛନ୍ତି। ସେ ମଧ୍ୟ ବେଙ୍ଗାଲୁରୁରେ ବହୁ ପ୍ରତିକ୍ଷୀତ ହ୍ବାଇଟଫିଲ୍ଡ ମେଟ୍ରୋ ଉଦ୍‌ଘାଟନ କରିଛନ୍ତି। ଆସନ୍ତା ୩ ମାସ‌ରେ ବିଜେପିର ଯାତ୍ରା ପାଇଁ ମୋଦୀ ଲୋକମାନଙ୍କ ସମର୍ଥନ ଲୋଡ଼ିଛନ୍ତି। ଦାବନଗେରେରେ ମୋଦୀ ଆଜି ରୋଡ୍‌ସୋ ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର