କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ମାମଲା : ବାଂଲାଦେଶ

ଢାକା : କଶ୍ମୀର ମାମଲାରେ ଭାରତକୁ ସମର୍ଥନ କରିଛି ବାଂଲାଦେଶ । କଶ୍ମୀରରୁ ଧାରା ୩୭୦ ଉଠିବା ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ବାଲାଂଦେଶର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ତେବେ ଦକ୍ଷିଣ ଏସିଆରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସବୁ ରାଷ୍ଟ୍ର ଉଦ୍ୟମ କରିବା ଆବଶ୍ୟକ ବୋଲି ଢାକା କହିଛି ।

ଗତକାଲି ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ବାଂଲାଦେଶ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଶେଖ ହାସିନା ଓ ଅନ୍ୟ ନେତୃବୃନ୍ଦଙ୍କୁ ଭେଟିଥିଲେ । ଏହାର ଦିନକ ପରେ ବାଂଲାଦେଶ ତରଫରୁ ଏହି ବୟାନ ଆସିଛି । ବାଂଲାଦେଶର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ ଆଞ୍ଚଳିକ ଶାନ୍ତି ସ୍ଥିରତା ରକ୍ଷା ସହ ବିକାଶ ସବୁ ଦେଶମାନଙ୍କ ଉଦ୍ଦେଶ୍ୟ ରହିବା ଆବଶ୍ୟକ ।

ଗତ ଅଗଷ୍ଟ ୫ ତାରିଖରେ ଭାରତ ସରକାର ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ସ୍ବତନ୍ତ୍ର ଧାରା ୩୭୦କୁ ଉଠାଇଦେଇଥିଲେ ଓ ଜମ୍ମୁ କଶ୍ମୀର ଏବଂ ଲଦାଖକୁ ଦୁଇଟି ପୃଥକ କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିଥିଲେ ।

ସମ୍ବନ୍ଧିତ ଖବର