କେଜ୍ରିୱାଲ, ଜୈନଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯାଉ: ଦିଲ୍ଲୀ କଂଗ୍ରେସର ଦାବି

ଠକ ସୁକେଶଙ୍କ ଅଭିଯୋଗ ପ୍ରସଙ୍ଗ

ନୂଆଦିଲ୍ଲୀ: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଅଭିଯୋଗ ପରିପ୍ରେକ୍ଷୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯିବାକୁ ଦିଲ୍ଲୀ କଂଗ୍ରେସ ଦାବି କରିଛି।

କଂଗ୍ରେସ ନେତା ଅଜୟ କୁମାର କହିଛନ୍ତି, ଲିଖିତ ସ୍ପଷ୍ଟୀକରଣ ଜାରି କରିବା ବଦଳରେ ଯେଉଁମାନଙ୍କ ନାମ ଠକ ସୁକେଶଙ୍କ ଚିଠିରେ ଅଛି ଆମ୍ ଆଦ୍‌ମୀ ପାର୍ଟି (ଆପ୍) ପକ୍ଷରୁ ସେମାନଙ୍କର ଏକ ଲାଇ ‌ଡିଟେକ୍ସନ ଟେଷ୍ଟ କରାଯାଉ। କୁମାର କହିଛନ୍ତି, ନିଜର ନିର୍ମଳ ଭାବମୂର୍ତ୍ତି ପ୍ରମାଣ କରିବା ପାଇଁ ଆପ୍ ପଲିଗ୍ରାଫ୍ ଟେଷ୍ଟ ପାଇଁ ଆଗେଇ ଆସିବା ଉଚିତ। ନିଜେ ମୁଖ୍ୟମନ୍ତ୍ରୀ ଦିଲ୍ଲୀର ସର୍ବସାଧାରଣଙ୍କ ଆଗରେ ଏହି ଟେଷ୍ଟ କରାଇବା ସହ ନିଜର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ବି ପରୀକ୍ଷା କରାଇ ସେମାନେ ସବୁ ସତ କହୁଛନ୍ତି ବୋଲି ପ୍ରମାଣ ଦିଅନ୍ତୁ।

ସମ୍ବନ୍ଧିତ ଖବର