ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେଜ୍ରିୱାଲ୍‌ଙ୍କ ନିବେଦନ: ନୋଟ୍‌ରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଛାପାଯାଉ

ନୂଆଦିଲ୍ଲୀ: ଅର୍ଥନୀତିକୁ ପୂର୍ବ ଧାରାକୁ ଆଣିବା ଲାଗି ନୂଆ କାଗଜଟଙ୍କାରେ (ନୋଟ୍‌) ପ୍ରଭୁ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କ ଫଟୋ ଛାପିବା ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଜି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ୍‌ କହିଛନ୍ତି, ଅର୍ଥନୀତିକୁ ପୂର୍ବ ଧାରାକୁ ଆଣିବା ପାଇଁ ଆମକୁ ବହୁ ଉଦ୍ୟମ କରିବାକୁ ପଡ଼ିବ। ଉଦ୍ୟମ ସହିତ ଦେବାଦେବୀଙ୍କ ଆଶିଷ ମଧ୍ୟ ଆବଶ୍ୟକ।

ଭାରତୀୟ କାଗଜଟଙ୍କାର ଗୋଟିଏ ପାର୍ଶ୍ବରେ ଗାନ୍ଧୀଜୀଙ୍କ ଛବି ଅଛି। ଗାନ୍ଧୀଜୀଙ୍କ ଛବି ଅପରିବର୍ତ୍ତିତ ରହିବା ଉଚିତ। ଯଦି ଆ‌ମେ ଟଙ୍କାର ଆର ପାଖରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ଛାପନ୍ତେ, ସମଗ୍ର ଦେଶ ସେମାନଙ୍କ ଆଶୀର୍ବାଦ ପାଆନ୍ତା। ଲକ୍ଷ୍ମୀ ସମୃଦ୍ଧିର ଦେବୀ ହୋଇଥିବା ବେଳେ ପ୍ରଭୁ ଗଣେଶ ବିଘ୍ନ ନାଶ କରନ୍ତି।

Image Courtesy of News18

ଇଣ୍ଡୋନେସିଆର ଦୃଷ୍ଟାନ୍ତ ଦେଇ ଭାରତରେ ସେ ପ୍ରକାରର ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଇଣ୍ଡୋନେସିଆ ଗୋଟାଏ ମୁସଲ୍‌ମାନ ଦେଶ। ସେଠାରେ ମୁସଲ୍‌ମାନଙ୍କ ସଂଖ୍ୟା ୮୫% ଥିବା ବେଳେ ହିନ୍ଦୁମାନଙ୍କ ସଂଖ୍ୟା ମାତ୍ର ୨%, କିନ୍ତୁ ତାଙ୍କ ଟଙ୍କାରେ ଶ୍ରୀଗଣେଶଙ୍କ ଛବି ଅଛି।

Image Courtesy of India Today

ପ୍ରଧାନମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରୁଛି କି, ନୂଆ କରି ଛାପା ଯାଉଥିବା ଟଙ୍କାରେ ମାତା ଲକ୍ଷ୍ମୀ ଓ ଶ୍ରୀଗଣେଶଙ୍କ ଛପି ରଖାଯିବା ଉଚିତ।

ସମ୍ବନ୍ଧିତ ଖବର