ଫେସ୍‌ବୁକ୍‌ରେ ହିଟ୍‌ ହେଲା କେରଳର ସିପିଏମ୍‌ ବିଧାୟିକାଙ୍କ ରାମାୟଣ ପାଠ

ତିରୁବନନ୍ତପୁରମ: ମହାକାବ୍ୟ ରାମାୟଣ ଉପରେ କେରଳରେ ବାମପନ୍ଥୀଙ୍କୁ ସମର୍ଥନ କରୁଥିବା ସଂଗଠନ ସବୁ ଆୟୋଜନ କରିବାକୁ ଯାଉଥିବା ସେମିନାର୍‌ ସିରିଜ୍‌ ଯୋଗୁଁ ବିବାଦ ଉପୁଜିବାର କିଛି ଦିନ ପରେ ସିପିଏମ୍‌ ବିଧାୟିକାଙ୍କ ରାମାୟଣ ପାଠ ସାମାଜିକ ଗଣମାଧ୍ୟମରେ ହିଟ୍‌ ହୋଇଛି।

କାୟାମକୁଳମ୍‌ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବିଧାୟିକା ୟୁ ପ୍ରତିଭା ହରି ବାର୍ଷିକ ‘କାର୍‌କ୍କିଡ଼କାମ୍‌’ ପାଳନ ଅବସରରେ ନିଜେ ରାମାୟଣ କାବ୍ୟ ପାଠ କରୁଥିବାର ଏକ ଭିଡିଓ ଫେସ୍‌ବୁକ୍‌ରେ ପୋଷ୍ଟ୍‍ କରିଛନ୍ତି।

ସେ ଭିଡିଓ ପୋଷ୍ଟ୍‍ କରୁ ନ କରୁଣୁ ତାହାକୁ ଅନେକ ସେୟାର୍‌ କରି ସାରିଲେଣି। ବାମପନ୍ଥୀଙ୍କୁ ସମର୍ଥନ ଦେଉଥିବା ସଂଗଠନ ‘ସଂସ୍କୃତି ସଂଘ’ ଆୟୋଜନ କରିବାକୁ ଯାଉଥିବା ‘ରାମାୟଣ ସେମିନାର୍‌’ ନିକଟରେ ବିବାଦ ସୃଷ୍ଟି କରିଥିବା ବେଳେ ବିଧାୟିକାଙ୍କର ଏହି ଭିଡିଓର ଯଥେଷ୍ଟ ଗୁରୁତ୍ୱ ରହିଛି।

ସଂସ୍କୃତି ସଂଗଠନର କାର୍ଯ୍ୟକ୍ରମଗୁଡ଼ିକର ପ୍ରାୟୋଜକ ସିପିଏମ୍‌ ବୋଲି ଥୋକେ ଗଣମାଧ୍ୟମ ପ୍ରକାଶ କରୁଥିବା ବେଳେ ସଂଗଠନର ରାଜ୍ୟ ସଚିବ କୋଦିୟେରି ବାଳକୃଷ୍ଣନ୍‌ କହିଛନ୍ତି ଯେ ଏହା ଏକ ସ୍ୱାଧୀନ ସଂଗଠନ। ରାମାୟଣ ମାସ ପାଳନ କରିବା ନିମନ୍ତେ ଦଳର କୌଣସି ଯୋଜନା ନାହିଁ।

ବିଜେପି-ଆର୍‌ଏସ୍‌ଏସ୍‌ ଦ୍ୱାରା ଏହି ମହାକାବ୍ୟ କାର୍ଯ୍ୟକ୍ରମ ଚୋରି ହେବା ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ସାଂସ୍କୃତିକ ସଂଗଠନ ‘ବିଚାର ବିଭାଗ’ ମଧ୍ୟ ରାମାୟଣ ମାସ ପାଳନ କରିବ ବୋଲି ବାହାରି ପଡ଼ି ଘୋଷଣା କରିଥିଲା, କିନ୍ତୁ ପରେ ସେଥିରୁ ନିବୃତ ରହିଥିଲା।

ସମ୍ବନ୍ଧିତ ଖବର